Breaking PLUSଓଡ଼ିଶାମୁଖ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି, ଜନ୍ମକଲା ଛୁଆଙ୍କୁ କୂଅକୁ ଠେଲି ହତ୍ୟା କଲା ମାଆ

ପାରିବାରିକ କଳହରୁ ଜନ୍ମକଲା ଛୁଆଙ୍କୁ କୂଅକୁ ଠେଲି ମାରି ଦେଲା ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହରୁ ନିଜ ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗିଦେଇଛି ନିର୍ଦ୍ଦୟୀ ମାଆ ।

ପାରିବାରିକ କଳହରୁ ଜନ୍ମକଲା ଛୁଆଙ୍କୁ କୂଅକୁ ଠେଲି ମାରି ଦେଲା ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହରୁ ନିଜ ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗିଦେଇଛି ନିର୍ଦ୍ଦୟୀ ମାଆ । ପାରିବାରିକ କଳହ ନେଇ ସ୍ୱାମୀଙ୍କ ସହ ଝଗଡା ପରେ ନିଜ ପିଲା ଦୁଇଙ୍କୁ ଧରି କାଲି ଅପରାହ୍ନ ୪ଟା ପର ଠାରୁ ଘରୁ ନିଖୋଜ ରହିଥିଲେ । ତେବେ ଆଜି ଦୁଇ ଶିଶୁଙ୍କର ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଥିଲା । ଦୁଇ ଶିଶୁଙ୍କୁ ପ୍ରଥମେ ରାଇକିଆ ହସ୍ପିଟାଲ ଅଣାଯାଇଥିବା ସମୟରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଛୁଆଙ୍କ ମୃତ ଶରୀର ଦେଖି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଛୁଆଙ୍କୁ କୂଅକୁ ଫିଙ୍ଗିଦେବା ପରେ ମାଆ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଭୟରେ ନିଜେ ଆତ୍ମହତ୍ୟା କରିପାରିନଥିଲା । ତେବେ ମାଆ ନିଜେ ଛୁଆଙ୍କୁ କୂଅ ଭିତରକୁ ଠେଲିଦେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷେ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଁଚି ଅନୁସନ୍ଧାନ ଜାରି ରଖିଛି ।

Show More

Related Articles

Back to top button