Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ୯୬ଟି ଦେଶର ମଞ୍ଜୁରୀ

ଭାରତରେ ବ୍ୟବହୃତ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ୯୬ଟି ଦେଶରେ ମିଳିଛି ମଞ୍ଜୁରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଥିବା ୮ ଟିକା ମଧ୍ୟରେ ଭାରତରେ ଉତ୍ପାଦିତ ହେଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ରହିଛି ।

ଏହା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୮ଟି ଟିକାକୁ ତା’ର ଜରୁରିକାଳୀନ ବ୍ୟବହାର ତାଲିକାରେ ରଖିଛି । ଆମେ ଖୁସିର ସହ କହିବାକୁ ଚାହୁଁଛେ ଯେ ଏହି ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି-କୋଭାକ୍ସିନ ଓ କୋଭିସିଲ୍ଡ ରହିଛି । ବିଶ୍ୱର ୯୬ଟି ଦେଶ ଏହି ଦୁଇ ଟିକାକୁ ମଞ୍ଜୁରୀ ଦେଇଛନ୍ତି ବୋଲି ସେ କହିଛନ୍ତି ।

କୋଭାକ୍ସିନ ଓ କୋଭିସିଲ୍ଡକୁ ମଞ୍ଜୁରୀ ଦେଇଥିବା ୯୬ଟି ଦେଶଗୁଡିକ ମଧ୍ୟରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସ୍ପେନ, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ, ରୁଷ ଓ ସ୍ୱିଜରଲ୍ୟାଣ୍ଡ ପ୍ରମୁଖ ରହିଛନ୍ତି । ସୂଚନାଯୋଗ୍ୟ, କୋଭାକ୍ସିନ ଟିକାକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ସେହିପରି କୋଭାକ୍ସିନର ଉତ୍ପାଦନ ପୁନେ ସ୍ଥିତ ସେରମ ଇନଷ୍ଟିଚିୟୁଟ କରୁଛି ।

Show More

Related Articles

Back to top button