Breaking PLUSଓଡ଼ିଶାପାଣିପାଗ

ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ବାୟୁ ପ୍ରବାହିତ ହେବ । ଯାହାଦ୍ୱାରା ରାତିର ତାପମାତ୍ରା ବଢ଼ାଇବାରେ ସହାୟକ ହେବ । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଏହି ଉଷ୍ମ ବାୟୁ ପ୍ରବାହ ଯୋଗୁଁ ଆସନ୍ତା ୨ ଦିନ ପରେ ବିଭିନ୍ନ ଅଞ୍ଚଳରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା ବୃଦ୍ଧି ପାଇବ ।

ଅନ୍ୟପଟେ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବ । ବୁଧବାର ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ାରେ ହାଲୁକାରୁ ମଧ୍ଯମଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୧ ପରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଶ୍ରୀ ଦାସ କହିଛନ୍ତି । ୧୧ ତାରିଖରେ ବିସ୍ତୃତ ବର୍ଷା ସାଙ୍ଗକୁ ଏହାର ତୀବ୍ରତା ମଧ୍ୟ ବଢ଼ିବ । ଏହି ସ୍ଥିତି ପ୍ରାୟ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଜାରି ରହିଛି । ରାଜ୍ୟକୁ ଥଣ୍ଡା ପବନ ପ୍ରବେଶ ଜାରି ରହିଥିବାରୁ ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଟି ସ୍ଥାନରେ ରାତିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗାବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ସେହିପରି ସ୍ବାଭାବିକଠାରୁ ତାପମାତ୍ରା ୫୩ ଡିଗ୍ରୀ ସେଲସିୟସ ରହିଛି । ଝାରସୁଗୁଡ଼ା ଓ କେନ୍ଦୁଝରରେ ୩୫ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବରରେ ଏହା ୩୧ ଡିଗ୍ରୀ ସେଲସିୟସ ରହିଛି ।

Show More

Related Articles

Back to top button