Breaking PLUSଓଡ଼ିଶାପାଣିପାଗ

୧୫ ଡିଗ୍ରୀ ତଳେ ରାଜ୍ୟର ୬ ସହର

ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଧିରେ ଧିରେ ଏହାର ପ୍ରକୋପ ମଧ୍ୟ ବଢୁଛି । ସଂପ୍ରତି ରାଜ୍ୟର ୬ଟି ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା ରହିଛି । ଆଜି କ୍ରମାଗତ ଚତୁର୍ଥ ଦିନ ପାଇଁ ୧୧ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ବୋଲି ଆଇଏମଡି କହିଛି ।

ରାଜ୍ୟର ଅନ୍ୟ ପାଞ୍ଚଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି । ସେଗୁଡ଼ିକ ହେଉଛି ଫୁଲବାଣୀ ୧୩.୨, ଟିଟଲାଗଡ ୧୪.୫, ଝାରସୁଗୁଡା ୧୪.୬, କେନ୍ଦୁଝର ୧୪.୮, ସୋନପୁର ୧୪.୯ ରହିଛି ।ଭୁବନେଶ୍ୱର ଏବଂ କଟକରେ ସହର ଯଥାକ୍ରମେ ୧୮.୫ ଏବଂ ୧୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଆଇଏମଡି ଆହୁରି ମଧ୍ୟ କହିଛି ଯେ ୨୪ ଘଣ୍ଟା ପରେ ରାତିର ତାପମାତ୍ରାରେ ଧୀରେ ଧୀରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Show More

Related Articles

Back to top button