୯୫୦୦ ଟଙ୍କା ଶସ୍ତା ହେଲାଣି ସୁନା
ସୁନା କିଣିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୭୦୦୦ ଟଙ୍କା ତଳକୁ ଖସି ଆସିଛି

ଗତ ୨ କାରବାର ଦିନରେ ସୁନାର ଦାମ୍ ୧୮୦୦ ଟଙ୍କା ଯାଏଁ ହ୍ରାସ ପାଇଛି । ସେହିପରି ରୁପାର ଦାମ୍ ମଧ୍ୟ ଅହେତୁକ ହ୍ରାସ ପାଇଛି ।ଗତ ୨ କାରବାର ଦିନରେ ସୁନାର ଭବିଷ୍ୟତ ଦରରେ ଅସାମାନ୍ୟତା ପରିଲକ୍ଷିତ ହୋଇଥିଲା । ଶୁକ୍ରବାର ଦର ସାମାନ୍ୟ ବୃଦ୍ଧି ପାଇଥିଲେ ବି ପରେ ଖସିଥିଲା । ସୋମବାର ସୁନା ଏବେସୁଦ୍ଧା ୧୦ ଗ୍ରାମ୍ ପିଛା ୪୬୭୮୦ ଟଙ୍କାରେ କାରବାର କରୁଛି । ୩ ସପ୍ତାହ ତଳେ ୪୯୬୦୦ ଟଙ୍କା ଥିବା ଦାମରେ ୨୮୦୦ ଟଙ୍କା ହ୍ରାସ ପାଇଲାଣି ।ଗତବର୍ଷ କରୋନା ସଙ୍କଟ ବେଳେ ନିବେଶକମାନେ ସୁନାରେ ଭଲ ନିବେଶ କରିଥିଲେ । ଅଗଷ୍ଟ ୨୦୨୦ରେ ଏମସିଏକ୍ସରେ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୬୧୯୧ରେ ପହଁଚି ଯାଇଥିଲା । ଯାହା ସବୁଠାରୁ ଅଧିକ ଥିଲା । ପରେ ଦର ଖସିଥିଲା ।
ସେବେଠାରୁ ଆଜି ମଧ୍ୟରେ ସୁନା ପ୍ରାୟ ୯୫୦୦ ଟଙ୍କା ଶସ୍ତା ହେଲାଣି ।ସେହିପରି ରୁପାର ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ରୁପା କେଜି ପ୍ରତି ପୂର୍ବ କାରବାର ଦିନରେ ୬୮୦୦୦ ଟଙ୍କା ଥିବା ବେଳେ ଆଜି ୨୦୦ ଟଙ୍କା ହ୍ରାସ ପାଇଛି । ସୋମବାର ରୁପା କେଜି ପିଛା ୬୭୪୦୦ ଟଙ୍କାରେ କାରବାର କରୁଛି । ଗତ ସପ୍ତାହ ତୁଳନାରେ ରୁପା ୪୫୦୦ ଟଙ୍କା ଶସ୍ତା ହୋଇଛି ।ରୁପାର ଏବେସୁଦ୍ଧା ସର୍ବୋଚ୍ଚ ଦାମ୍ ହେଉଛି ୭୯୯୮୦ ଟଙ୍କା । କରୋନା ସଙ୍କଟ ବେଳେ ରୁପା ମଧ୍ୟ ଅଧିକ ଚମକି ଥିଲା । କିନ୍ତୁ ସେବେଠାରୁ ଏବେସୁଦ୍ଧା ରୁପା ପ୍ରାୟ ୧୩୬୦୦ ଟଙ୍କା ଶସ୍ତା ହୋଇସାରିଛି ।