ବାଣିଜ୍ୟ

ପୁଣି ବଢ଼ିଲା ତୈଳ ଦର , ପେଟ୍ରୋଲ ଲିଟର ପିଛା ୨୯ ଓ ଡିଜେଲ ୨୮ ପଇସା ମହଙ୍ଗା

ତୈଳ କମ୍ପାନୀମାନେ ରବିବାର ପୁଣି ଥରେ ଇନ୍ଧନର ଦର ବୃଦ୍ଧି କରିଛନ୍ତି। ପ୍ରତିଲିଟର ପେଟ୍ରୋଲ ୨୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୨୮ ପଇସା ମହଙ୍ଗା ହୋଇଛି

ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୯୭ଟଙ୍କା ୨୨ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୭ଟଙ୍କା ୯୭ ପଇସା ଦରରେ ବିକ୍ରି ହେଉଛି। ଦେଶରେ ଗତ ୭ ସପ୍ତାହ ହେଲା ଇନ୍ଧନ ମୂଲ୍ୟବୃଦ୍ଧି ହେଉଛି। ଏହି ସମୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୨୭ ଥର ବଢିଲାଣି।ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ସର୍ବାକାଳୀନ ଉଚ୍ଚ ଦର ୯୭ଟଙ୍କା ୨୨ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ମଧ୍ୟ ୮୭ ଟଙ୍କା ପାର ହୋଇଯାଇଛି। ମୂଲ୍ୟବର୍ଦ୍ଧିତ କର (ଭାଟ) ଓ ପରିବହନ ଭଡ଼ା ଯୋଗୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିଛି। ଫଳରେ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପେଟ୍ରୋଲ ଲିଟରପିଛା ମୂଲ୍ୟ ୧୦୦ ଟଙ୍କା ପାର ହୋଇସାରିଲାଣି। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ପେଟ୍ରୋଲ ପ୍ରତି ଲିଟର ୧୦୦ ଟଙ୍କା ଦରେର ବିକ୍ରି ହେଉଛି। ସେହିପରି ମହାନଗରମାନଙ୍କ ମଧ୍ୟରେ ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅନେକ ସମୟରୁ ପେଟ୍ରୋଲ ପ୍ରତିଲିଟର ୧୦୦ ଟଙ୍କା ପାର କରିଗଲାଣି। ଏବେ ମୁମ୍ବାଇ ପେଟ୍ରୋଲ ଲିଟର ପିଛା ୧୦୩ଟଙ୍କା ୩୬ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୫ଟଙ୍କା ୪୪ ପଇସା ଦରରେ ବିକ୍ରି ହେଉଛି।

ଦେଶର ରାଜସ୍ଥାନ ଶ୍ରୀଗଙ୍ଗା ନଗର ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ପ୍ରଥମେ ୧୦୦ ଟଙ୍କାରେ ପହଞ୍ଚିଥିଲା। ଗତ ଫେବୃଆରୀ ମାସରୁ ଲୋକେ ଏଠାରେ ସର୍ବୋଚ୍ଚ ଦରରେ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି।ଏବେ ଶ୍ରୀଗଙ୍ଗା ନଗରରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୩୭ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ମୂଲ୍ୟ ୧୦୧ଟଙ୍କା ୧୨ ପଇସା ହୋଇଛି। ତେବେ ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲରୁ ସର୍ବାଧିକ ଭାଟ ଆଦାୟ ହେଉଛି। ଏଣୁ ଏଠାରେ ତୈଳ ଦର ପ୍ରଥମେ ଶହେ ଟଙ୍କାକୁ ପାର ହୋଇଥିଲା। ଏହା ପଛକୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାରେ ତୈଳ ମୂଲ୍ୟ ସର୍ବାଧିକ ରହିଛି।

Show More

Related Articles

Back to top button