Breaking PLUSଓଡ଼ିଶାମୁଖ୍ୟ ଖବର

ପଦ୍ମପୁର ସବଜେଲରୁ ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ

ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜେଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ପଦ୍ମପୁର ସବଜେଲରୁ ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୧୨୫ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୮ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ହସ୍ପିଟାଲ, ବସ୍ତି ଓ କଲୋନୀରୁ ଡେଇଁ ଏବେ କରୋନା ଏବେ ଜେଲରେ ପଶିଛି । ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜେଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ପଦ୍ମପୁର ସବଜେଲରୁ ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୧୨୫ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୮ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କୁ ଆଇସୋଲେସନରେ ରଖାଯାଇଥିବା ଏସଡିଏମଓ ସୂଚନା ଦେଇଛନ୍ତି ।

Show More

Related Articles

Back to top button