Breaking PLUSଦେଶ ବିଦେଶମୁଖ୍ୟ ଖବର

ଖୁସି ଖବର, ଅଗଷ୍ଟ ମାସରୁ ଭାରତରେ ଉତ୍ପାଦନ ହେବ ‘ସ୍ପୁଟ୍‌ନିକ୍‌ ଭି’

ଚଳିତ ବର୍ଷ ଅଗଷ୍ଟ ମାସରୁ ଭାରତରେ କୋଭିଡ୍-୧୯ ଟିକା 'ସ୍ପୁଟ୍‌ନିକ୍‌ ଭି' ଉତ୍ପାଦନ ଆରମ୍ଭ ହେବ ବୋଲି ଆଜି ରୁଷ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଡିବି ଭେଙ୍କଟେଶ ବର୍ମା ଘୋଷଣା କରିଛନ୍ତି।

ଚଳିତ ବର୍ଷ ଅଗଷ୍ଟ ମାସରୁ ଭାରତରେ କୋଭିଡ୍-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ ଆରମ୍ଭ ହେବ ବୋଲି ଆଜି ରୁଷ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଡିବି ଭେଙ୍କଟେଶ ବର୍ମା ଘୋଷଣା କରିଛନ୍ତି।

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଭାରତରେ ୮୫୦ ନିୟୁତ ଡୋଜ୍‌ ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ ହେବ ବୋଲି ସେ କହିଛନ୍ତି। ସମଗ୍ର ପୃଥିବୀରେ ଯେତେ ପରିମାଣର ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦିତ, ଭାରତରେ ତା’ର ପ୍ରାୟ ୬୫% ରୁ ୭୦% ଉତ୍ପାଦନ କରାଯିବ। ଭାରତର ଚାହିଦା ମେଣ୍ଟିଯିବା ପରେ ରୁଷ୍‌ ଏହି ଟିକା ସବୁକୁ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳକୁ ଆମଦାନି କରିବା ଆରମ୍ଭ କରିବ।

ଭାରତର ସାମ୍ପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ରାଷ୍ଟ୍ରଦୂତ ଭେଙ୍କଟେଶ ବର୍ମ କହିଲେ ଯେ, ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି। ‘ବ୍ଲାକ୍‌ ଫଙ୍ଗସ୍‌’ ଚିକିତ୍ସା ନିମନ୍ତେ ଔଷଧ ପାଇବା ଲାଗି ଭାରତ ରୁଷ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଥିବା କଥା ମଧ୍ୟ ସେ କହିଛନ୍ତି।

Show More

Related Articles

Back to top button