Breaking PLUSପାଣିପାଗ

8 ଦିନ ବିଳମ୍ବରେ ମୌସୁମୀ ବାୟୁର ଅପସାରଣ

ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଯାଇଛି । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ଭାରତରେ ମୌସୁମୀ ଫେରିବା ସମୟ ହେଉଛି ୧୭ ସେପ୍ଟେମ୍ବର । ଚଳିତ ବର୍ଷ ବିଳମ୍ବରେ ଭାରତ ପହଞ୍ଚିଥିଲା ମୌସୁମୀ ବାୟୁ । ଗତ ୨ ଜୁଲାଇରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଉ ୮୫ ଦିନ ପରେ ଲେଉଟିବା ଆରମ୍ଭ ହୋଇଛି । ଅର୍ଥାତ ୮ ଦିନ ପରେ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗକୁ ମୌସୁମୀ ଅନ୍ୟ ଦେଶରୁ ମଧ୍ୟ ବିଦାୟ ନେବ ବୋଲି ସୂଚନା ମିଳିଛି। ହେଲେ ଓଡିଶାରୁ କେବେ ଫେରିବ ମୌସୁମୀ ବାୟୁ ସେ ନେଇ କୌଣସି ସୂଚନା ନାହିଁ । ସାଧାରଣରେ ଦେଖିବାକୁ ଗଲେ ଅକ୍ଟେବର ୧୫ରେ ଫେରିଥାଏ ମୌସୁମୀ ବାୟୁ । ୨୯ ତାରିଖରେ ଉତ୍ତର ଆଣ୍ଡାମାନରେ ଏବଂ ଏହାର ପାଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରେ ଲଘୁଚାପ ହେବ । ପରବର୍ତ୍ତୀ ସମୟରେ ମୌସୁମୀ ଲେଉଟାଣି ଆରମ୍ଭ ହେବ । ଚଳିତ ମୌସୁମୀରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Show More

Related Articles

Back to top button