Breaking PLUSଦେଶ ବିଦେଶମୁଖ୍ୟ ଖବର

ଦକ୍ଷିଣ ଜର୍ମାନୀରେ ଦୁର୍ଘଟଣା, 7 ମୃତ, 16 ଆହତ

ବର୍ଲିନ-ଦକ୍ଷିଣ ଜର୍ମାନୀର ରାଜପଥ ଏ-94ରେ ଶୁକ୍ରବାର ଭୋର ପ୍ରାୟ 3ଟା ସମୟରେ ପ୍ରବସୀଙ୍କର ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 6 ବର୍ଷର ଜଣେ ଛୋଟ ଛୁଆ ରହିଛି ।
ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଭ୍ୟାନଟି ଓଭରଲୋଡ ହୋଇଥିଲା । ପୋଲିସ ଏହାକୁ ରୋକିବାକୁ ଉଦ୍ୟମ କରିଥିଲା । କିନ୍ତୁ ଡ୍ରାଇଭର ଏହାକୁ ଅଣଦେଖା କରି ଭ୍ୟାନର ଗତିକୁ ଘଣ୍ଟାପ୍ରତି 180 କିଲୋମିଟର ବୃଦ୍ଧି କରିଥିଲା । ଏହାର କିଛି ସମୟ ପରେ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ମୁତାବକ ଭ୍ୟାନରେ ସିରିଆ ଓ ତୁର୍କୀର ଲୋକ ଯାଉଥିଲେ । ଡ୍ରାଇଭର ଜଣକ ଅଷ୍ଟ୍ରେଲିଆର ହୋଇଥିବା ବେଳେ ପୋଲିସ ତାକୁ ହସ୍ପିଟାଲରୁ ନିଜ ହେପାଜତକୁ ନେଇଛି ।

Show More

Related Articles

Back to top button