Breaking PLUSଦୁର୍ଘଟଣାଦେଶ

ଉତ୍ତରାଖଣ୍ଡରେ ଭୁଶୁଡିଲା ଟନେଲ

ଦୀପାବଳି ଦିନ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡି ଯିବା ଫଳରେ ୪୦ ଜଣ କର୍ମଚାରୀ ଟନେଲ ଭିତରେ ଫସି ରହିଛନ୍ତି। ଉତ୍ତରକାଶୀ-ୟମୁନୋତ୍ରୀ ରାସ୍ତାରେ ଥିବା ଶିଲ୍କ୍ୟାରା ଟନେଲ୍‍ର କିଛି ଅଂଶ ଭୁଶୁଡ଼ିବାରୁ ସେଠାରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫଶି ରହିଛନ୍ତି। ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହାତକୁ ନିଆଯାଇଛି। ଏହାରି ଭିତରେ ଉଦ୍ଧାରକାରୀ ଦଳ ସେମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିବା କୁହାଯାଇଛି। ଟନେଲ୍‍ ଭୁଶୁଡ଼ିବାଯୋଗୁ ପଡ଼ି ରହିଥିବା ଅବଶେଷକୁ କଢ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଆବର୍ଜନା ହଟାଇବା ଏବଂ ଟନେଲ ଖୋଲିବା କାର୍ଯ୍ୟ ଜାରି ରହିଛି। ତେବେ ଉଦ୍ଧାର କାର୍ଯ୍ୟରେ ପୋଲିସ୍ ଟିମ୍, ଜାତୀୟ ବିପର୍ଯ୍ୟୟ ମୁକାବିଲା ଦଳ (NDRF), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF), ଅଗ୍ନିଶମ ବାହିନୀ, ଜରୁରୀକାଳୀନ ୧୦୮ ଟିମ୍ ନିୟୋଜିତ ଅଛନ୍ତି। ଏହା ବ୍ୟତୀତ ଟନେଲ ନିର୍ମାଣ କରୁଥିବା ସଂସ୍ଥା ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (NHIDCL) ର କର୍ମଚାରୀମାନେ ମଧ୍ୟ ଆବର୍ଜନା ହଟାଇବା ଏବଂ ଟନେଲ୍ ଖୋଲିବା କାର୍ଯ୍ୟ ଜାରି ରଖିଛନ୍ତି। ଟନେଲରୁ ଯଥା ଶିଘ୍ର ଆବର୍ଜନା ହଟାଇବା ପାଇଁ ବିଭିନ୍ନ ପ୍ରକାରର ଯନ୍ତ୍ରର ବ୍ୟବହାର ମଧ୍ୟ କରାଯାଉଛି, ଯାହା ସାହାଯ୍ୟରେ ଟନେଲରୁ ଆବର୍ଜନା ହଟାଇବା କାର୍ଯ୍ୟ ଚାଲିଛି। କିନ୍ତୁ, ଟନେଲରେ ଲଗାତାର ବର୍ଜ୍ୟବସ୍ତୁ ଆସୁଥିବାରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସକାଳ  ୬ ଟାରୁ ୭ଟା ମଧ୍ୟରେ ସିଲ୍କିରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

Show More

Related Articles

Back to top button