
ତେବେ ଟ୍ରେନ ଚଳାଚଳ ସ୍ବାଭାବିକ ହେଲେ ନୂଆ ସମୟ ସାରଣୀ ଅନୁସାରେ ଏଗୁଡ଼ିକ ଚାଲିବ। ଏଥିରେ ଅନେକ ନୂତନତ୍ବ ଦେଖିବାକୁ ମିଳବ। ଆଇଆଇଟି ମୁମ୍ବାଇ ସହଯୋଗରେ ପ୍ରସ୍ତୁତ ହୋଇଥିବା ଜିରୋ ବେସ୍ଡ ଟାଇମ ଟେବୁଲ୍ରେ ପାଖାପାଖି ୬୦୦ ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ବନ୍ଦ କରି ଦିଆଯାଇପାରେ।ସେହିଭଳି ରାତ୍ରିକାଳୀନ ରହଣି ସମତେ ୧୦୨୦୦ ସ୍ଥାନରେ ଟ୍ରେନର ରହଣିକୁ ବନ୍ଦ କରି ଦିଆଯାଇପାରେ।
ଯୋଜନା ଅନୁଯାୟୀ, ୩୬୦ଟି ପାସେଞ୍ଜର ଟ୍ରେନକୁ ମେଲ୍ କିମ୍ବା ଏକ୍ସପ୍ରେସ ଟ୍ରେନରେ ପରିବର୍ତ୍ତନ କରାଯିବ। ୧୨୦ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ସୁପର ଫାଷ୍ଟ ଟ୍ରେନରେ ରୂପାନ୍ତରିତ କରାଯିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଯୋଜନା ପ୍ରସ୍ତୁତ ହେଉଛି।