Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ଆଉ ୬ଟି ଗେଟ୍

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଥିବାରୁ ଆଉ ୬ଟି ଗେଟ୍ କୁ ବନ୍ଦ କରିଦିଆଯାଇଛି । ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିଲା । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ । ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳିରେ ହୀରାକୁଦଦ ବନ୍ୟା ଜଳ ପହଁଚି ଥିଲେ, ବି ଜଳସ୍ତର ବିପଦ ସଂକେତ ତଳେ ରହିଛି । ସକାଳ ୯ଟା ବେଳକୁ ମୁଣ୍ଡୁଳିରେ ୬ଲକ୍ଷ ୭୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ସେହିପରି ଅନ୍ୟ ନଦୀର ବି ଜଳସ୍ତର ବିପଦ ସଂକେତ ତଳେ ରହିଥିବାର ସୂଚନା ମିଳିଛି ।

Show More

Related Articles

Back to top button