ଓଡ଼ିଶାମୁଖ୍ୟ ଖବର

ଆଜି ସ୍ଵାଭାବିକ ହେଲା ଜଗା ଦର୍ଶନ

ଶୁକ୍ରବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଓ ବିଶ୍ୱକର୍ମା ପୂଜା ଅବସରରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିଲା କାଳିଆ ଦର୍ଶନ । ତେବେ ଶନିବାର ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ସ୍ଵାଭାବିକ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ ।

ଖବର ଅନୁଯାୟୀ, ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ ଏହା ସହ ଗରୁଡ଼ ପାର୍ଶ ପରିବର୍ତନର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ ଅଳଙ୍କାର ବିଭୁଷିତ କରାଯିବ । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ସହ ସହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ।

Show More

Related Articles

Back to top button