Breaking PLUSଦେଶ ବିଦେଶମୁଖ୍ୟ ଖବର

ହମାସ ବିରୁଦ୍ଧରେ ଇସ୍ରାଏଲ ଯୁଦ୍ଧକୁ 6ମାସ ପୂରିଲା, ନିର୍ବାଚନ ଦାବି ନେଇ ନେତାନ୍ୟାହୁଙ୍କ ବିରୁଦ୍ଧରେ ବିକ୍ଷୋଭ

ତେଲଅଭିବ- ଗାଜାରେ ହମାସ ବିରୁଦ୍ଧରେ 6 ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଶନିବାର ବହୁ ସଂଖ୍ୟାରେ ଇସ୍ରାଏଲ ନାଗରିକ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଇସ୍ତଫା ଓ ଦେଶରେ ଶୀଘ୍ର ନିର୍ବାଚନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଆଜି ପୁଣି ବିକ୍ଷୋଭକାରୀମାନେ ଜେରୁଜେଲମରେ ବିକ୍ଷୋଭ କରିବେ ।
ରବିବାର ଗାଜାରେ ହମାସ ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧ ସପ୍ତମ ମାସରେ ପ୍ରବେଶ କରିଛି । ଏହାସହିତ ନେତାନ୍ୟାହୁ ସରକାରକୁ ଜୋରଦାର ବିରୋଧ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button