ଓଡ଼ିଶାମନୋରଞନମନୋରଞ୍ଜନ

ଚିକିତ୍ସିତ ହେଉଛନ୍ତି ପ୍ରଣବ ପଟ୍ଟନାୟକ

ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଛନ୍ତି ସଂଗୀତ ଜଗତର ଦିଗ୍‌ଗଜ ପ୍ରଣବ ପଟ୍ଟନାୟକ। ମାଝିରେ… ,‘ଇନ୍ଦ୍ରଧନୁର ସପ୍ତରଙ୍ଗ, ମଣିମା ଶୁଣିମା ଓ ‘ସୀମା ହୀନ ଦରିଆ ଭଳି ଅନେକ ସଙ୍ଗୀତ ଗାଇଛନ୍ତି। ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍‌ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଦ୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଏହି ଶିଳ୍ପୀ ।

ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଏବେ ଚିକିତ୍ସା ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ଏବଂ ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ଏହି ପ୍ରତିନିଧି ଦଳ । ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସାମିଲ ହୋଇଥିଲେ |

କଟକ ବକ୍ସିବଜାରରେ ଜନ୍ମ ଗ୍ରହଣ କରିଥିବା ଏହି କଣ୍ଠଶିଳ୍ପୀ ୧୯୪୮ରେ ସେ ଶିଶୁ ସଂସାରରେ ଗାଇବା ଆରମ୍ଭ କରିଥିଲେ। ଏବଂ ପରେ ଦିଲ୍ଲୀରେ ଆକାଶବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବାରୁ ବିନା ଅଡିସନ୍‌ରେ ସେ ଆକାଶବାଣୀରେ ଗାଇବାର ସୁଯୋଗ ପାଇଲେ। ଏହାପରେ ମା’ ଚଳଚ୍ଚିତ୍ରରେ ସେ ଗାଇବା ଆରମ୍ଭ କରିଥିଲେ।ଶୁଣାଯାଏ କି ପିଲାବେଳୁ ବାପାଙ୍କ ‘ଜୀବନ ଚମ୍ପୁ’ ଏବଂ ଅନ୍ୟ ସଂଗୀତ ବହି ପଢ଼ିଥିବା ବେଳେ ସୁକୀର୍ତି ପଟ୍ଟନାୟକଙ୍କ ଠାରୁ ଗୀତ ଶିଖି ଆଗକୁ ବଢ଼ିଥିଲେ। ପରେ ‘କେ ଏଲ୍‌ ସାଇଗଲ୍‌ଙ୍କ ଗୀତ ଶୁଣିବାକୁ ସେ ଭଲ ପାଉଥିବାରୁ ତାଙ୍କୁ ପ୍ରଥମ ଗୁରୁ ଭାବେ ଗ୍ରହଣ କରିଥିଲେ ପରେ ଶାସ୍ତ୍ରୀୟ ସଂଗୀତ ଗୁରୁ ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ ଙ୍କୁ ଗୁରୁ ରୂପେ ଗ୍ରହଣ କରିଥିଲେ।

Show More

Related Articles

Back to top button