ଦେଶଦେଶ ବିଦେଶ

ଚନ୍ଦ୍ର ପୃଷ୍ଠରୁ ତଥ୍ୟ ସଂଗ୍ରହ କରୁଛି ପ୍ରଜ୍ଞାନ

14ଦିନ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରିବ ରୋଭର

ଭାରତର ମହାକାଶ ଗବେଷଣା ସଂସ୍ଥାର ପ୍ରଜ୍ଞାନ ରୋଭରକୁ ଗୁରୁବାର ସଫଳଭାବେ ଚନ୍ଦ୍ରପୃଷ୍ଠରେ ମୁତୟନ କରାଯାଇଛି। ଗତକାଲି ଚନ୍ଦ୍ରର ଦକ୍ଷିଣମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଛଅ ଚକବିଶିଷ୍ଟ ‘ପ୍ରଜ୍ଞାନ’ ଏଥିରୁ ବାହାରି ଚନ୍ଦ୍ରରେ ଗଡ଼ିବା ସହିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଏକ୍ସରେ କୁହାଯାଇଛି, ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରିଛି ଏବଂ ଚନ୍ଦ୍ରରେ ଭାରତ ପ୍ରଥମ ପଦଚାରଣ କରିବାରେ ସଫଳ ହୋଇଛି।’

ମିସନ ସମ୍ବନ୍ଧରେ ଆଗକୁ ନିୟମିତ ଅପ୍‌ଡେଟ୍ ଦିଆଯିବ ବୋଲି ଇସ୍ରୋ କହିଛି। ରୋଭର ହେଉଛି ଏକ ମାଇକ୍ରୋୱେଭ୍ ଓଭେନ୍‌ ଆକାରର ଯନ୍ତ୍ର। ଏହାକୁ ଚନ୍ଦ୍ରପୃଷ୍ଠରେ ୫୦୦ ମିଟର ପର୍ଯ୍ୟନ୍ତ ଚାଲିବା ପାଇଁ ଡିଜାଇନ କରାଯାଇଛି।

ଏହା ଚନ୍ଦ୍ରର ଭୂତତ୍ତ୍ବ, ଖଣିଜତତ୍ତ୍ବ ଓ ବାୟୁମଣ୍ଡଳ ଉପରେ ପରୀକ୍ଷାନିରୀକ୍ଷା କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ। ଏହି ସମୟ ମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ସଂପର୍କରେ ଏହା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ।

Show More

Related Articles

Back to top button