Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ 51 ଇଞ୍ଚ ଉଚ୍ଚର ବାଳକ ସ୍ୱରୂପ କରାଯିବ ପ୍ରତିଷ୍ଠା

କଟିହାର, 5, ଡିସେମ୍ବର -ଜାନୁୟାରୀ 22ରେ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ 51 ଇଞ୍ଚ ଉଚ୍ଚର ବାଳକସ୍ୱରୂପ ପ୍ରତିମା ସ୍ଥାପନ କରାଯିବ । ଏହି ଅବସରରେ 7ହଜାର ପାଞ୍ଚଶହ ଶ୍ରଦ୍ଧାଳୁ ସାମିଲ ହେବେ, ଯେଉଁମାନେ ରାମ ଜନ୍ମଭୂମିରେ କୌଣସି ନା କୌଣସି ରୂପରେ ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରମୁଖ ଭୂମିକା ନିଭାଇବେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସ୍ଥାୟୀ ସଦସ୍ୟ କାମେଶ୍ୱର ଚୌପାଲ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ଜାନୁୟାରୀ 22 ତାରିଖ ଦିନ ସକାଳ 11ଟାରେ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଦ୍ୱିପ୍ରହର 2ଟା ଯାଏ ଚାଲିବ । ଚୌପାଲ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ବାଲ୍ ସ୍ୱରୂପ ପ୍ରତିମା ସ୍ଥାପନ କରାଯିବ । ଯାହାର ଉଚ୍ଚତା 51 ଉଚ୍ଚ ରହିବ । ଯେଉଁ ଆସନରେ ଶ୍ରୀରାମ ବିରାଜମାନ ହେବେ ତାହା ଭୂମିରୁ ପ୍ରାୟ 8ଫୁଟ ହେବ ବୋଲି ଜଣାପଡିଛି ।

Show More

Related Articles

Back to top button