ଦେଶ ବିଦେଶବାଣିଜ୍ୟ

ଭାରତରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି 5-G ସେବା

ଇରିକସନ୍ ଟେଲିକମ୍ କମ୍ପାନୀର ରିପୋର୍ଟ ଅନୂଯାୟୀ ୨୦୨୬ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୩.୫ ବିଲିୟନ ଏବଂ ଭାରତରେ ୩୫୦ ମିଲିୟନ ଲୋକଙ୍କ ନିକଟରେ 5-G ସଂଯୋଗ ପହଞ୍ଚିବ

ଖୁବଶୀଘ୍ର ବିଶ୍ବରେ ପ୍ରବେଶ କରିବ 5-G । ଇରିକସନ୍ ଟେଲିକମ୍ କମ୍ପାନୀର ରିପୋର୍ଟ ଅନୂଯାୟୀ ୨୦୨୬ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୩.୫ ବିଲିୟନ ଏବଂ ଭାରତରେ ୩୫୦ ମିଲିୟନ ଲୋକଙ୍କ ନିକଟରେ 5-G ସଂଯୋଗ ପହଞ୍ଚିବ । ତେବେ ଭାରତ ଆସନ୍ତାବର୍ଷ ଅର୍ଥାତ ୨୦୨୧ରେ ପ୍ରଥମ 5-G ସଂଯୋଗ ପାଇପାରେ ବୋଲି କମ୍ପାନୀ ମୁଖ୍ୟ ନୀତିନ ବଂଶଲ କହିଛନ୍ତି ।
ସୋମବାର ପ୍ରକାଶ ପାଇଥିବା ଇରିକସନ୍ ମୋବିଲିଟି ରିପୋର୍ଟ ୨୦୨୦ ଅନୂଯାୟୀ ବିଶ୍ବରେ ପ୍ରାୟ ୧ ବିଲିୟନ ଲୋକଙ୍କ ଅର୍ଥାତ ୧୫ ପ୍ରତିଶତ ଲୋକଙ୍କ ନିକଟରେ 5-G କଭରେଜ୍ ସୁବିଧା ଉପଲବ୍ଧ ହୋଇସାରିଲାଣି । ତେବେ ଆକଳନ ଅନୂଯାୟୀ ୨୦୨୬ ସୁଦ୍ଧା ବିଶ୍ବର ପ୍ରାୟ ୬୦ ପ୍ରତିଶତ ଅର୍ଥାତ ୩.୫ ବିଲିୟନ ଲୋକଙ୍କ ନିକଟରେ ଏହି ସୁବିଧା ପହଞ୍ଚିବ । ସେହିଭଳି ୨୦୨୬ ସୁଦ୍ଧା ଭାରତରେ ମଧ୍ୟ ୩୫୦ ମିଲିୟନ ଲୋକଙ୍କ ପାଖରେ 5-G ଉପଲବ୍ଧ ହେବ ।

ଇରିକସନ୍ ଟେଲିକମ୍ କମ୍ପାନୀର ମୁଖ୍ୟ ନୀତିନ ବଂଶଲ କହିଛନ୍ତି ଭାରତରେ ୨୦୨୧ରେ ପ୍ରଥମ 5-G ସେବା ଉପଲଲବ୍ଧ ହୋଇପାରେ । ଏକ ରିପୋର୍ଟ ଅନୂଯାୟୀ ଭାରତରେ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାର ହେଉଛି । ଭାରତରେ ସ୍ମାର୍ଟ ଫୋନ ବ୍ୟବହାରକାରୀ ପ୍ରତିମାସରେ ହାରାହାରି ୧୫.୭ ଜିବି ଡାଟା ବ୍ୟବହାର କରନ୍ତି । ସେହିଭଳି ୨୦୨୬ ସୁଦ୍ଧା ଭାରତରୁ 3-G ଯୁଗ ଶେଷ ହୋଇଯିବ ବୋଲି ଏକ ରିପୋଟର୍ର୍ରେ ପ୍ରକାଶ ପାଇଛି ।ଏବେ ଭାରତରେରେ 4-G ଟେକ୍ନୋଲୋଜି ଚାଲୁ ରହିଛି । ତେବେ ଦେଶରେ ଏବେ ୭୧୦ ମିଲିୟନ 4-G ୟୁଜର ଅଛନ୍ତି । ତେବେ ଆକଳନ ଅନୂଯାୟୀ ୨୦୨୬ ସୁଦ୍ଧା ଦେଶରେ 4-G ୟୁଜର ସଂଖ୍ୟା ୮୨୦ ମିଲିୟନକୁ ବୃଦ୍ଧି ପାଇବ । ଭାରତରେ ଏବେ ୬୭ ପ୍ରତିଶତ ଲୋକ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଏହି ସଂଖ୍ୟା ୨୦୨୬ ବେଳକୁ ୯୧ ପ୍ରତିଶତରେ ପହଞ୍ଚିବ ।

Show More

Related Articles

Back to top button