Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ୮୦୫ ନୂଆ କୋରୋନା ଆକ୍ରାନ୍ତ

୧୩୧ ଶିଶୁ ଓ କିଶୋର ସଂକ୍ରମିତ

ରାଜ୍ୟରେ ଟ୍ୱିନ ସିଟିରେ ଥମିବାର ନା ଧରୁନି କୋରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୮୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୧୮ ବର୍ଷ ଭିତରେ ଅଛନ୍ତି ଆଉ ୧୩୧ ଶିଶୁ ଓ କିଶୋର । କ୍ୱାରେଣ୍ଟାଇନରୁ ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୩୮ ।

ଆଜି ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬ ଓ କଟକରୁ ୯୮ ପଜିଟିଭ୍ ବାହାରିଛନ୍ତି । ଅନ୍ୟ ସବୁ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ଭିତରେ ଅଛି । ଆଜି ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ କେହି ଆକ୍ରାନ୍ତ ହୋଇ ନଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗତ ୨୪ ଘଣ୍ଟାରେ ମୋଟ୍ ୭୨ହଜାର ୪୧୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୧ ପ୍ରତିଶତ ରହିଛି । ଆଉ ୭ ଜଣଙ୍କୁ ମିଶାଇ ରାଜ୍ୟରୁ କରୋନା ନେଲାଣି ମୋଟ୍ ୮ହଜାର ୪୭ ଜୀବନ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୧ହଜାର ୫୫୮କୁ ବୃଦ୍ଧି ପାଇଛି । ଏହାରି ଭିତରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ୯ଲକ୍ଷ ୯୬ହଜାର ୩୦୦ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୧୫୮ ଆକ୍ଟିଭ୍ କେସ୍ ରହିଛି । କିଭଳି ଟ୍ୱିନ ସିଟିରେ କୋରୋନା ନିୟନ୍ତ୍ରଣକୁ ଆସିପାରିବ ତାହାକୁ ନେଇ ଚିନ୍ତାରେ ରାଜ୍ୟସରକାର ।

Show More

Related Articles

Back to top button