Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇ ଏୟାରପୋର୍ଟରୁ 4କିଲୋ ସୁନା ଜବତ, 4ଗିରଫ

ମୁମ୍ବାଇ, 17 ଜାନୁୟାରୀ – ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଟିମ୍ ମୁମ୍ବାଇ ଏୟାରପୋର୍ଟରୁ 2 କୋଟି ଟଙ୍କାରୁ ଅଧିକ ମୂଲ୍ୟର 4 କିଲୋଗ୍ରାମ ସୁନା ଜବତ କରିଛନ୍ତି । ଏହି ମାମଲାରେ ଟିମ୍ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଡିଆରଆଇ ସୂତ୍ର ଅନୁସାରେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ଡିଆରଆଇ ଟିମ ନଜର ରଖିଥିଲା । ଏହି ସମୟରେ ଦୁଇଜଣ ସନ୍ଦିଗ୍ଧ ଯାତ୍ରୀଙ୍କ ଲଗେଜ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଦୁଇ ଯାତ୍ରୀଙ୍କ ଇନରୱେୟାରରୁ ମହମ ଆକାରରେ ଦୁଇ କିଲୋଗ୍ରାମ ସୁନା ଧୂଳି ମିଳିଥିଲା । ଦୁଇଜଣଙ୍କ ଇନର ସ୍ୱତନ୍ତ୍ର ଭାବେ ସିଲେଇ ହୋଇଥିଲା, ଯାହାକୁ ଡିଆରଆଇ ଟିମ୍ ଜବତ କରିଛନ୍ତି । ଏହାପରେ ଦୁଇଜଣଙ୍କ ସାମଗ୍ରୀ ତଲାସୀ ସମୟରେ 3ଟି ମିକ୍ସଚର ଗ୍ରାଇଣ୍ଡରରେ ଲୁଚାଇଥିବା 2 କିଲୋଗ୍ରାମ ସୁନା ଟୁକୁଡା ମିଳିଥିଲା । ଯାହାକୁ ଜବତ କରାଯାଇଛି । ଏହିପରି ଭାବେ ପ୍ରାୟ 2.59 କୋଟି ଟଙ୍କାର 4 କିଲୋଗ୍ରାମ ସୁନା ଜବତ କରାଯାଇଛି । ଦୁଇଜଣଙ୍କ ପଚରାଉଚରା ସମୟରେ ଜଣାପଡିଥିଲା ଯେ, ଏୟାରପୋର୍ଟ ବାହାରେ 2ଜଣ ବ୍ୟକ୍ତି ସୁନା ନେବାକୁ ଅପେକ୍ଷା କରିଛନ୍ତି । ଡିଆରଆଇ ଟିମ୍ ଜାଲ ବିଛାଇ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Show More

Related Articles

Back to top button