Breaking PLUSଦେଶମୁଖ୍ୟ ଖବର

ସାର କ୍ଷେତ୍ରରେ ଆତ୍ମନିର୍ଭରତା ସହ ଜଡିତ କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟଙ୍କ ପୁସ୍ତକର ଲୋକାର୍ପଣ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, 17 ଜାନୁୟାରୀ – ଉପରାଷ୍ଟ୍ରପତି ଜଗଦୀପ ଧନଖଡ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ପୁସ୍ତକ ‘ଉର୍ବରକ ଆତ୍ମନିର୍ଭରତା କୀ ରାହ’ର ହିନ୍ଦୀ ଓ ଇଂରାଜୀ ସଂସ୍କରଣର ଆଜି ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ସାର କ୍ଷେତ୍ରରେ ଭାରତର ବଢୁଥିବା ଆତ୍ମନିର୍ଭରତାର ରୋଚକ ବିବରଣୀ ଉପଲବ୍ଧ କରାଇଛି ।
ଉପରାଷ୍ଟ୍ରପତି କାର୍ଯ୍ୟାଳୟ ଏକ୍ସରେ ଏହି ସୂଚନା ପ୍ରଦାନ କରିଛି । ଏଥିରେ କୁହାଯାଇଛି ଯେ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ପୁସ୍ତକ ‘ଉର୍ବରକ ଆତ୍ମନିର୍ଭରତା କୀ ରାହ’ ଏବଂ ‘ଫର୍ଟିଲିସିଙ୍ଗ ଦ ଫ୍ୟୁଚର-ଭାରତ ମାର୍ଚ୍ଚ ଟୁୱାର୍ଡ ଫର୍ଟିଲାଇଜର ସେଲ୍ଫ ସୁଫିଶିୟଂସି’ର ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ଆମାଜନରେ ଉପଲବ୍ଧ ହେଉଛି । କେନ୍ଦ୍ରମନ୍ତ୍ରୀ ଏହାର ଲିଙ୍ ସେୟାର କରିବା ସହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ନେତୃତ୍ୱରେ ସାର କ୍ଷେତ୍ରରେ ଭାରତ ଆତ୍ମନିର୍ଭରତା ଦିଗରେ ଗତି କରୁଛି ।

Show More

Related Articles

Back to top button