Breaking PLUSଦେଶମୁଖ୍ୟ ଖବରରାଜନୀତି

ସୋରେନଙ୍କ ଦିଲ୍ଲୀ ଆବାସରୁ 36ଲକ୍ଷ ନଗଦ ଟଙ୍କା ଓ ଦୁଇଟି ଲଗଜୁରୀ କାର ଜବତ

ନୂଆଦିଲ୍ଲୀ, 30 ଜାନୁଆରୀ- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନର ତଲାସୀ ନେବା ବେଳେ 36ଲକ୍ଷ ନଗଦ ଟିମ ଓ ଦୁଇଟି ଲଗଜୁରୀ କାର ଓ କିଛି ଆପତ୍ତିଜନକ ଦସ୍ତାବିଜ ଜବତ କରିଛି ।
କେନ୍ଦ୍ରୀୟ ଯାଂଚ ଏଜେନ୍ସି ସୋରେନ ଦକ୍ଷିଣ ଦିଲ୍ଲୀ ସ୍ଥିତ 5/1 ଶାନ୍ତି ନିକେତନ ବାସଭବନରେ ପହଞ୍ଚିଥିଲା, 13ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏଠାରେ ତଲାସୀ ଚଳାଇଥିଲେ । ଏହି ଯାଂଚ ସମୟରେ ଅଧିକାରୀମାନେ ବାସଭବନ ପରିସରର ତଲାସୀ ନେଇଥିଲେ । ଇଡି ଅଧିକାରୀମାନେ ବିଳମ୍ବିତ ରାତିରେ ହେମନ୍ତ ସୋରେନଙ୍କ ବାସଭବନରୁ 36ଲକ୍ଷ ନଗଦ ଟଙ୍କା ଓ ଦୁଇଟି ଲଗଜୁରୀ କାର ଜବତ କରିଛନ୍ତି ।

Show More

Related Articles

Back to top button