Breaking PLUSଓଡ଼ିଶାମୁଖ୍ୟ ଖବର

ବରମୁଣ୍ଡା ନୂଆ ବସ୍ ଟର୍ମିନାଲ କାର୍ଯ୍ୟ ସମୀକ୍ଷା କଲେ ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ୱର : ବରମୁଣ୍ଡା ପୁରୁଣା ବସ୍‌ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ପ୍ରାୟ ୧୫.୫ ଏକର ଜମିରେ ନିର୍ମାଣ କାମ ଚାଲିଛି। ଏ ନେଇ ମଙ୍ଗଳବାର ଭୋର ସମୟରେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଏହାର ନିର୍ମାଣ କାର୍ଯ୍ୟ କେତେଦୂର ଚାଲିଛି , ତାହାର ସମୀକ୍ଷା କରିଛନ୍ତି। ପରିଦର୍ଶନ କରିବା ସମୟରେ ସେ ନିର୍ମାଣକାରୀ ସଂସ୍ଥା ସୟ ଆଲୋଚନା କରିଛନ୍ତି। ନିର୍ମାଣ କାମକୁ ତ୍ବରାନ୍ବିତ କରିବା ଲାଗି ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ରମାଗାର, ଆହର କେନ୍ଦ୍ର , ବସ୍‌ଷ୍ଟାଣ୍ଡର ସ୍ବଚ୍ଛତା, ଆଲୋକୀକରଣ ଆଦି କାମ ବିଷୟରେ ପଚାରି ବୁଝିଛନ୍ତି। ତେବେ ଏହି ଟର୍ମିନାଲ ହେଲେ ଯାତ୍ରୀମାନେ ବିମାନ ବନ୍ଦର ପରି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ପାଇପାରିବେ । ଫେବୃଆରୀ ସୁଦ୍ଧା ବସ ଟର୍ମିନାଲ କାମ ଶେଷ ହେବ ବୋଲି କୁହାଯାଉଛି ।

Show More

Related Articles

Back to top button