ଦେଶ ବିଦେଶ

ଜୁଲାଇ ୩୧ରେ ସିବିଏସଇ ଦ୍ୱାଦଶ ରେଜଲ୍ଟ !

ଦଶମ ଓ ଏକାଦଶ ମାର୍କ ଆଧାରରେ ଫଳାଫଳ

ସିବିଏସଇ ବୋର୍ଡ ଦ୍ୱାରା ଦ୍ୱାଦଶ ପରୀକ୍ଷାର ମାର୍କସିଟ୍ ପ୍ରସ୍ତୁତ ପାଇଁ ଗଠିତ ୧୩ ଜଣିଆ କମିଟି ଗୁରୁବାର ସୁପ୍ରିମକୋର୍ଟଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି ବୋର୍ଡ ରେଜଲ୍ଟକୁ ଭିତ୍ତି କରି ଦ୍ୱାଦଶର ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ । ୩୧ ଜୁଲାଇରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣିଂ ଜେନେରାଲ ।ସିବିଏସଇ କହିଛି ଯେ, ଦଶମରେ ୫ଟି ବିଷୟରୁ ୩ଟି ବଷୟରେ ରଖିଥିବା ସବୁଠାରୁ ଭଲ ମାର୍କକୁ ନିଆଯିବ, ସେହିପରି ଏକାଦଶରେ ୫ଟି ବିଷୟର ଆଭରେଜ ଓ ଦ୍ୱାଦଶ ପ୍ରି ବୋର୍ଡରେ ଲିଖିତ ଓ ପ୍ରାକ୍ଟିକାଲ ପରୀକ୍ଷାର ନମ୍ବର ନିଆଯିବ ।

ଦଶମ ନମ୍ବରକୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଓ ଦ୍ୱାଦଶ ନମ୍ବରର ୪୦ ପ୍ରତିଶତ ହିସାବକୁ ନେଇ ରେଜଲ୍ଟ ପ୍ରକାଶ ପାଇବ ।ସୁପ୍ରିମକୋର୍ଟରେ ସିବିଏସଇ ଆହୁରି ମଧ୍ୟ କହିଛି ଯେ, ରେଜଲ୍ଟ ପାଇଁ ଗଠିତ ସମିତି ପରୀକ୍ଷାର ବିଶ୍ୱସନୀୟତା ଆଧାରରେ ନିଷ୍ପତ୍ତି ନେଇଛି । ସ୍କୁଲକୁ ପ୍ରିବୋର୍ଡ ପରୀକ୍ଷାର ନମ୍ବର ପ୍ରଦାନ କରିବାକୁ ହେବ । ସିବିଏସଇ ଦ୍ୱାରା ପରିଚାଳିତ ହଜାରରୁ ଅଧିକ ସ୍କୁଲରୁ ପ୍ରତ୍ୟୋକ ପାଇଁ ପରିଣାମ ସମିତି ଗଠନ କରାଯିବ । ସ୍କୁଲର ୨ ବରିଷ୍ଠ ଶିକ୍ଷକ ଓ ପଡୋଶୀ ସ୍କୁଲର ଜଣେ ମଡରେସନ୍ କମିଟି ଭାବେ କାର୍ଯ୍ୟ କରିବେ । ଯେପରି ସ୍କୁଲ ଅଧିକ ମାର୍କ ବା ବଢାଇ ଚଢାଇ ମାର୍କ ନଦିଏ ତା ଉପରେ ନଜର ରଖାଯିବ । ଏହି କମିଟି ଛାତ୍ରଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ମୂଲ୍ୟାୟନ କରିବ ।ସୂଚନାଯୋଗ୍ୟ, ଗତ ଜୁନ ୪ ତାରିଖରେ ସିବିଏସଇ ଆସେସମେଣ୍ଟ୍ ପଲିସି ପାଇଁ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିଖୁ ରିପୋର୍ଟ ପ୍ରଦାନ ପାଇଁ ୧୦ ଦିନ ସମୟ ଦିଆଯାଇଥିଲା । ରେଜଲ୍ଟକୁ ନେଇ ଅନେକ ଆଲୋଚନା କରାଯାଇଥିଲା । ଏହାସହ ଛାତ୍ରମାନେ ଯଦି ରେଜଲ୍ଟକୁ ନେଇ ଖୁସି ନଥିବେ ସେମାନେ ସ୍ଥିତି ସୁଧୁରିଲେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋଲି ସରକାର କହିଥିଲେ ।

Show More

Related Articles

Back to top button