ସ୍ୱାସ୍ଥ୍ୟ

କରୋନାର ଦ୍ୱିତୀୟ ଲହର ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ- ଆଇସିଏମଆର

କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା

ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଅତ୍ୟଧିକ ରହିଥିଲା । ଆଇସିଏମଆର ପକ୍ଷରୁ ଏକ ଗବେଷଣାରେ ଏନେଇ ତଥ୍ୟ ଆସିଛି ।ଆଇସିଏମଆର ଅନୁସାରେ, ଗର୍ଭବତୀ ମହିଳା ଓ ନବଜାତକଙ୍କୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ସହ ତୁଳନା କରାଯାଇଥିଲା । ଦ୍ୱିତୀୟ ଲହରରେ ଲକ୍ଷଣ ଥିବା କେସ୍ ୨୮.୭ ପ୍ରତିଶତ ଥିଲା । ଯାହା ପ୍ରଥମ ଲହରରେ ୧୪.୨ ପ୍ରତିଶତ ରହିଥିଲା । ସେହିପରି ଦ୍ୱିତୀୟ ଲହରରେ ମୃତ୍ୟୁହାର ୫.୭ ପ୍ରତିଶତ ଥିବା ବେଳେ ପ୍ରଥମ ଲହରରେ ୦.୭ ପ୍ରତିଶତ ରହିଥିଲା ।

ଏହି ଗବେଷଣା ମୋଟ ୧୫୩୦ ଗର୍ଭବତୀ ଓ ପ୍ରସୂତୀଙ୍କ ଉପରେ କରାଯାଇଥିଲା । ଏହାମଧ୍ୟରୁ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ଥିଲେ । ପ୍ରଥମ ଓ ଦ୍ୱିତୀୟ ଲହରରୁ ମିଶାଇ ମୋଟ୍ ମୃତ୍ୟୁଦର ୨ ପ୍ରତିଶତ ଥିଲା । ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଓ ଶ୍ୱାସକ୍ରିୟାରେ କଷ୍ଟ ଜନିତ ସମସ୍ୟାର ସାମ୍ନା କରୁଥିଲେ ।ଏହି ଶ୍ରେଣୀର ମହିଳାଙ୍କ ପାଇଁ ଭାକସିନ୍ ଜରୁରୀ ବୋଲି ଗବେଷଣାରେ କୁହାଯାଇଛି ।ସୂଚନାଯୋଗ୍ୟ, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଥିଲା ଯେ, ଯଦି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ରହିଥାଏ କିମ୍ବା ସେମାନେ ଅନ୍ୟ କେଉଁ ରୋଗରେ ପୀଡିତ ଥାନ୍ତି ତେବେ ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ ।

Show More

Related Articles

Back to top button