ଓଡ଼ିଶା

୪୮ଲକ୍ଷରୁ ଊର୍ଦ୍ଧ୍ବ ଭତ୍ତାଧାରୀଙ୍କୁ ରାଜ୍ୟ ସରକାରଙ୍କ ୩ଶହ ଟଙ୍କା ଶୀତକାଳୀନ ସହାୟତା

୪୮ଲକ୍ଷରୁ ଊର୍ଦ୍ଧ୍ବ ଭତ୍ତାଧାରୀଙ୍କୁ ଶୀତକାଳୀନ ସହାୟତା ଯୋଗାଇବେ ରାଜ୍ୟ ସରକାର ।ପ୍ରତ୍ୟେକ ହିତାଧିକାରୀଙ୍କୁ ଏକକାଳୀନ ୩ ଶହ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସ ସୁଦ୍ଧା ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯିବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟ ସରକାର ଏହି ଶୀତକାଳୀନ ସହାୟତା ବାବଦକୁ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ପୂର୍ବରୁ ହିତାଧିକାରୀମାନଙ୍କୁ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଉଥିଲାବେଳେ ଚଳିତ ବର୍ଷ ୩ ଶହ ଟଙ୍କା ପ୍ରଦାନ କରାଯିବ ।  ତେବେ ଆସନ୍ତା ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ଜମା କରାଯିବ ବୋଲି ସୂଚନା ମିଳିଛି ।

 

Show More

Related Articles

Back to top button