ଓଡ଼ିଶା

IFFIରେ ୫୩ ତମ ପ୍ରଦର୍ଶନ ପାଇଁ ଏହି ଦୁଇ ଓଡିଆ ଡିପ୍ଲୋମା ଫିଲ୍ମକୁ ମନୋନୀତ

ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI)ରେ ପ୍ରଦର୍ଶନ ପାଇଁ ଦୁଇ ଓଡିଆ ଡିପ୍ଲୋମା ଫିଲ୍ମକୁ ମନୋନୀତ । ନିଜର ଅଭିନବ ପ୍ରୟାସ ଯୋଗୁଁ ଇଫିରେ ପ୍ରଦର୍ଶନ ଲାଗି ଏଥର ଦୁଇଟି ଛବିଙ୍କୁ ଅନୁମତି ଦିଆଯାଇଛି। ଏହା ଓଡ଼ିଆ ସିନେଗଜଗତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

ତେବେ ଏହି ଫିଲ୍ମ ମଧ୍ୟରେ ରହିଛି ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ । ଏହି ଫିଲ୍ମର ସାଉଣ୍ଡ ଡିଜାଇନ୍ ପାଇଁ ଏହାକୁ  ପ୍ରଦର୍ଶନ ଲାଗି ଚୟନ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ନିବେଦିତ ଏହି ସିନେମାରେ ମାମୁନି ମିଶ୍ର ଓ ସୁକେଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର ଲେଖକ, ସଂପାଦକ ଓ ନିର୍ଦେଶକ ମୃତ୍ୟୁଞ୍ଜୟ ଜେନା ହୋଇଥିବାବେଳେ ସତ୍ୟମ ସାଗର ସାହୁ ଏହାର ସିନେମାଟୋଗ୍ରାଫର୍ ରହିଛନ୍ତି।

ସେହିପରି ସଂପାଦନା ଶ୍ରେଣୀରେ ଅନ୍ୟ ଏକ ଡିପ୍ଲୋମା ଫିଲ୍ମ ହେଉଛି ‘ବାପା’ । ଗୋଆରେ ଇଫିର ୫୩ ତମ ସଂସ୍କରଣରେ ଯୋଗଦେବା ପାଇଁ ଟୁମୋରୋ ୭୫ କ୍ରିଏଟିଭ୍ ମାଇଣ୍ଡ ପାଇଁ ଅମର ସତ୍ୟପାଠୀ (ସାଉଣ୍ଡ ବିଭାଗ)ଙ୍କୁ ଚୟନ କରାଯାଇଛି।

Show More

Related Articles

Back to top button