Breaking PLUSଓଡ଼ିଶାମୁଖ୍ୟ ଖବର

୨୦ରୁ ଆରମ୍ଭ ହେବ +୩ ଦ୍ୱିତୀୟ ବର୍ଷ ଶ୍ରେଣୀଗୃହ ପାଠପଢ଼ା

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢ଼ା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ । ୨୦୨୦-୨୧ ବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀ କ୍ଲାସ୍ କରିବାକୁ ଆସିବେ । ସେହି ଛାତ୍ରଛାତ୍ରୀଙ୍କ ପାଇଁ ରବିବାରଠାରୁ ହଷ୍ଟେଲ ଖୋଲିବ ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢ଼ା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ । ୨୦୨୦-୨୧ ବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀ କ୍ଲାସ୍ କରିବାକୁ ଆସିବେ । ସେହି ଛାତ୍ରଛାତ୍ରୀଙ୍କ ପାଇଁ ରବିବାରଠାରୁ ହଷ୍ଟେଲ ଖୋଲିବ । ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର କରୋନା କଟକଣା ଅନୁଯାୟୀ କ୍ଲାସ ହେବ। କଣ୍ଟେନମେଣ୍ଟ ଅଞ୍ଚଳର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନ ଆସିବାକୁ ବାରଣ ହୋଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନିକଟରେ କରୋନା ଜନିତ ଲକ୍ଷଣ ଦେଖାଗଲେ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ବିଭାଗ ପରାମର୍ଶ ଦେଇଛି।

Show More

Related Articles

Back to top button