Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଶାନ୍ତ ମଣିପୁର, କୁକୁ ସମ୍ପ୍ରଦାୟର 3ଜଣଙ୍କୁ ଗୁଳି କରି ହତ୍ୟା

କୁକି ଗ୍ରାମରେ ଘଟିଛି ଗୁଳିକାଣ୍ଡ

ଇମ୍ଫାଲ୍‌: ଗୁରୁବାର ମଣିପୁରର ଉଖ୍‌ରୁଲ୍‌ ଜିଲ୍ଲାରେ ସଶସ୍ତ୍ର ଦୁର୍ବୃତ୍ତମାନେ କୁକୁ ସମ୍ପ୍ରଦାୟର ୩ଜଣ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଜିଲ୍ଲା ମୁଖ୍ୟାଳୟ ଉଖ୍‌ରୁଲ୍‌ ସହରଠାରୁ ପ୍ରାୟ ୪୭ କିଲୋମିଟର୍‌ ଦୂରରେ ଅବସ୍ଥିତ କୁକୁ ଜନଜାତି ବସବାସ କରୁଥିବା ଥୌୱାକି କୁକି ଗ୍ରାମରେ ରାତି ପ୍ରାୟ ୪.୩୦ରେ ଗୁଳିକାଣ୍ଡ ଘଟିଛି।

ଘଟଣା ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି ଉଖ୍‌ରୁଲ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏନ୍‌. ଭି. ବାଶୁମ୍ । ସେ କହିଛନ୍ତି, ଗ୍ରାମର ପୂର୍ବ ପ୍ରାନ୍ତରେ ଥିବା ପାହାଡ଼ରୁ ଦଳେ ସଶସ୍ତ୍ର ଦୁର୍ବୃତ୍ତ ଗାଁ’ରେ ପଶି ଗାଁ’ରେ ପହରା ଦେଉଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ। ଏହି ଗୁଳିକାଣ୍ଡରେ ଉକ୍ତ ଗାଁ’ର ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗୁଳି ଚୋଟରେ କେହି ଆହତ ହୋଇଥିବା ଖବର ମିଳିନାହିଁ।

ଘଟଣା ପରେ ପରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ସହିତ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ରାଜ୍ୟ ପୁଲିସ ଓ ଭାରତୀୟ ସେନା ମିଳିତ ଅଭିଯାନ ଆରମ୍ଭ କରିଥିବା କଥା ସେ କହିଛନ୍ତି।

Show More

Related Articles

Back to top button