Breaking PLUSଦେଶମୁଖ୍ୟ ଖବର

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଘରକୁ ଯାଇ ଡାକିବା ପରେ ଗୁଳି କଲେ ଦୁର୍ବୃତ୍ତ

ଅରରିୟା: ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅରରିୟା ରାଣୀଗଞ୍ଜର ଏକ ଦୈନିକ ଖବରକାଗଜ(ଦୈନିକ ଜାଗରଣ)ର ରିପୋର୍ଟର ବିମଳ କୁମାରଙ୍କୁ ଶୁକ୍ରବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ଆଜି ସକାଳେ କିଛି ଦୁର୍ବୃତ୍ତ ତାଙ୍କ ଘରର କବାଟ ବାଡେଇବା ସହ ତାଙ୍କୁ ଡାକିଥିଲେ । ଆଉ ବିମଳ କବାଟ ଖୋଲିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ରାଣୀଗଞ୍ଜ ଥାନା ଅନ୍ତର୍ଗତ ବେଲସରାରେ ଥିବା ହିରୋ ସୋରୁମ୍ ନିକଟରେ ଏଭଳି ଘଟଣା ଘଟିଛି ।
ଏହି ଘଟଣାର ଦୁଇ ବର୍ଷ ପୂର୍ବରୁ ତାଙ୍କର ସରପଞ୍ଚ ଭାଇଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ବିମଳ । ତେବେ ମୁଖ୍ୟ ସାକ୍ଷା ହୋଇଥିବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ଏହାପୂର୍ବରୁ ତାଙ୍କୁ ସାକ୍ଷା ନଦେବା ପାଇଁ ଦୁର୍ବୃତ୍ତ ଧମକଚମକ ଦେବା ସହ ରୋକୁଥିଲେ । ଏହା ସତ୍ତ୍ୱେ କୋର୍ଟରେ ଭାଇ ହତ୍ୟାର ସାକ୍ଷା ଦେଇଥିଲେ ବିମଳ ।
ବିମଳଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।….

Show More

Related Articles

Back to top button