Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣା ନେଲା 3 ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଗାଗନାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକମାନେ ଧନପୁର ଏବଂ ସାନପିଣ୍ଡାପଦର ଗାଁର ବୋଲି ଜଣାପଡିଛି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏମାନେ ଯାତ୍ରା ଦେଖି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button