Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଭାରତ ବନ୍ଦର ଦ୍ୱିତୀୟ ଦିନ

ବିଭିନ୍ନ ସ୍ଥାନରେ ଟ୍ରେଡ୍ ୟୁନିୟନର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ମଙ୍ଗଳବାର ଭାରତ ବନ୍ଦର ଦ୍ବିତୀୟ ଦିନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦ୍ବିତୀୟ ଦିନରେ ଭାରତ ବନ୍ଦ ପାଳନ ଚାଲିଛି । ଟ୍ରେଡ୍ ୟୁନିୟନ ଏହି ବନ୍ଦ ଡାକରା ଦେଇଛି। ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବ୍ୟାଙ୍କ ସହ ବୀମା କମ୍ପାନୀ ଗୁଡିକ ବନ୍ଦ ରହିଥିବା ବେଳେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି ।

କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ ସଂଶୋଧନ, ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଯୋଜନା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର ପରି ମଙ୍ଗଳବାର ମଧ୍ୟ ଏନଏଚ ଅବରୋଧ କରାଯିବ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ କୁହାଯାଇଛି । ଏହି ଧର୍ମଘଟରେ ଓଡ଼ିଶା ପରିବହନ ସଂଘ ସାମିଲ ହୋଇନଥିବାରୁ ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ରହିଛି ।

Show More

Related Articles

Back to top button