Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କରୋନା ଆତଙ୍କ ଜାରି, ଗତ ୨୪ ଘଣ୍ଟା ମଧ୍ୟରେ ୨୮୫୪ ଜଣ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୮୫୪ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୮୫୪ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୫୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି। ଆଜିର ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୬୯୩ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୪୯ ହଜାର ୬୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୮ ହଜାର ୨୪୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୨୦ ହଜାର ୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୯୧ ଜଣ କରୋନା ରୋଗୀଙ୍କର ଜୀବନ ନେଇଛି ମହାମାରୀ କରୋନା ।

Show More

Related Articles

Back to top button