Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

26 ସପ୍ତାହରେ ଗର୍ଭପାତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ୨୬ ସପ୍ତାହର ଭ୍ରୁଣ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏମ୍ସ ରିପୋର୍ଟ ଅନୁଯାୟୀ ଭ୍ରୁଣରେ କୌଣସି ଅସ୍ବାଭାବିକତା ନାହିଁ। ଏମ୍ସ କର୍ତ୍ତୃପକ୍ଷ ଠିକ ସମୟରେ ଡେଲିଭରୀ କରିବେ।

ସୋମବାର କୋର୍ଟ କହିଛନ୍ତି ଗର୍ଭସ୍ଥ ଶିଶୁ ସୁସ୍ଥ ରହିଛି। ଯଦି ଗର୍ଭଧାରଣ ୨୪ ସପ୍ତାହରୁ ଅଧିକ ହୁଏ, ତେବେ ଗର୍ଭପାତ ଅନୁମତି ଦିଆଯାଇପାରିବ ନାହିଁ। ମହିଳାଙ୍କ ଗର୍ଭଧାରଣ ୨୬ ସପ୍ତାହ ପାଞ୍ଚ ଦିନ ଥିଲା। ଏହି ମାମଲାରେ ମହିଳାଙ୍କ ପାଇଁ କୌଣସି ବିପଦ ନାହିଁ ଏବଂ ଏହା ଅସ୍ବାଭାବିକ ଭ୍ରୁଣ ମାମଲା ନୁହେଁ। ତେଣୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ଅକ୍ଟୋବର ୯ ର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରର ଆବେଦନ ଉପରେ ଶୁଣାଣି କରିଥିଲେ।

Show More

Related Articles

Back to top button