Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଜା ହସ୍ପିଟାଲରେ ସଙ୍ଗୀନ ସ୍ଥିତି, ସଙ୍କଟରେ 2ହଜାରରୁ ଅଧିକ ରୋଗୀ ଓ ଶିଶୁଙ୍କ ଜୀବନ

ଆତଙ୍କବାଦୀ ସଂଗଠନ ହମାସକୁ ହଟାଇବା ପାଇଁ ଇସ୍ରାଏଲ ନେଇଥିବା କଡା ପଦକ୍ଷେପ ଯୋଗୁଁ ଗାଜାର ନାଗରିକଙ୍କ ସହିତ ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ଦେଇ ଗତି କରୁଛନ୍ତି। ଆହତ ତଥା ଅନ୍ୟ ରୋଗୀ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗାଜାର ଡାକ୍ତରଖାନା ଚେତାବନୀ ଦେଇଛି ଯଦି ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀ ସରିଯାଏ ତେବେ ହଜାର ହଜାର ଲୋକଙ୍କର ଜୀବନ ଅକାରଣରେ ଯିବାର ଆଶଙ୍କା ରହିଛି। ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌ ହୋଇଯିବ ବୋଲି କୁହାଯାଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଉତ୍ତର ଗାଜାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୨,୦୦୦ ରୋଗୀ ଏବଂ ନବଜାତ ଶିଶୁଙ୍କ ପାଇଁ ଇସ୍ରାଏଲର ଏହି ନିଷ୍ପତ୍ତି ମୃତ୍ୟୁଦଣ୍ଡ ସଦୃଶ୍ୟ ସାବ୍ୟସ୍ତ ହେବ। ଗାଜା ଡାକ୍ତରଖାନା ନିକଟରେ ଜେନେରେଟରରେ ଇନ୍ଧନର ଅଭାବ ଥିବାରୁ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରେ ଉପଲବ୍ଧ ଇନ୍ଧନ ଶେଷ ହୋଇଯିବ ବୋଲି ଆକଳନ କରାଯାଇଛି। ଏହା ପରେ ରୋଗୀଙ୍କ ଜୀବନ ବିପଦରେ ପଡ଼ିବ। ଅଲ-ଶିଫା ପରେ ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସରେ ଥିବା ନାସିର ହସ୍ପିଟାଲର ଆଇସିୟୁରେ ବହୁ ଆହତ ଭର୍ତ୍ତି ହୋଇଛନ୍ତି। ଆଇସିୟୁରେ ଶଯ୍ୟାର ଅଭାବ ଦେଖା ଦେଇଛି। ଇଣ୍ଟେନ୍ସିଭ କେୟାର ବିଲଡିଂର କନସଲଟାଣ୍ଟ ଡାକ୍ତର ମହମ୍ମଦ କନ୍ଦିଲଙ୍କ ଅନୁଯାୟୀ ସୋମବାର ହସ୍ପିଟାଲରେ ଜେନେରେଟରର ଇନ୍ଧନ ଶେଷ ହେବ। ଆଇସିୟୁରେ ୩୫ ରୋଗୀ ଜୀବନ ସହ ସଂଘର୍ଷ କରୁଥିବାବେଳେ ୬୦ ରୋଗୀ ଡାଏଲିସିସରେ ଅଛନ୍ତି।

ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ବିଦ୍ୟୁତ, ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅବରୋଧ କରିବା ଯୋଗୁ ଗାଜାର ଲୋକମାନେ ଅତ୍ୟାବଶ୍ୟକ ସୁବିଧା ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ସମୟରେ, ଇସ୍ରାଏଲ ଉତ୍ତର ଗାଜାରେ ରହୁଥିବା ଲୋକଙ୍କୁ ଦକ୍ଷିଣ ଗାଜା ଆଡକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଯାହାଦ୍ୱାରା ଏହି ଅଞ୍ଚଳରେ ଥିବା ସମସ୍ତ ହମାସ ଶିବରକୁ ଧ୍ୱଂସ କରାଯାଇ ପାରିବ। ଇସ୍ରାଏଲର ଏହି ଆଦେଶ ପରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡିବ। ଅପରପକ୍ଷରେ ହମାସ ଲୋକଙ୍କୁ ଏହି ଅଞ୍ଚଳ ନ ଛାଡିବାକୁ କହିଛି।

Show More

Related Articles

Back to top button