Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

25 ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାରେ ଜମିବ ପ୍ରଚାର । ଆସନ୍ତା ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।
କେନ୍ଦ୍ରମନ୍ତ୍ରୀ ଶାହ ଏଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସିବେ। ୨୫ ତାରିଖରେ ସେ ସୋନପୁର ଗସ୍ତ କରିବେ। ସେଠାରେ ସେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବେ। ସେଠାରେ କାର୍ଯ୍ୟ ସରିବା ପରେ ଶାହ ଭୁବନେଶ୍ବର ଆସି ରାତ୍ରି ରହଣୀ କରିବେ। ଏହି ଅବସରରେ ସେ ଏଠାରେ ଦଳର ଅନ୍ୟ କର୍ମକର୍ତ୍ତାମାନଙ୍କ ସହିତ ନିର୍ବାଚନୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button