Breaking PLUSଓଡ଼ିଶାବାଣିଜ୍ୟମୁଖ୍ୟ ଖବରଶିକ୍ଷା

ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ

ଦକ୍ଷତା ବିକାଶ ଓ ବୈଷୟିକ ବିଭାଗର ନିଷ୍ପତି

ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ କଲେଜ ଖୋଲିବାକୁ ନିଷ୍ପତି ହୋଇଛି । ଏବେ ୪୯ଟି ସରକାରୀ ଆଇଟିଆଇ ରହିଥିବା ବେଳେ ୪୪୮ଟି ବେସରକାରୀ ଆଇଟିଆଇରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେଇ କୁଶଳୀ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଗୁରୁତ୍ୱ ଦେଉଛି । ରାଜ୍ୟରେ ତାଲିମ ଦେବା ଉପରେ ପ୍ରାଧାନ୍ୟ ଦିଆଯାଉଥିବାବେଳେ ମାତ୍ର ନିଯୁକ୍ତି କ୍ଷେତ୍ରରେ କିନ୍ତୁ ଆମେ ଫୋକସ୍ ଦିଆଯାଉନାହିଁ । ଯେଉଁଥିପାଇଁ ନିରାଶ ହେଉଛନ୍ତି ଛାତ୍ରଛାତ୍ରୀ ।

ସେପଟେ ପିଲାଙ୍କୁ ନିଯୁକ୍ତି ଦେବା ସରକାରଙ୍କ ଦାୟିତ୍ବ ବେଲି ବିଭାଗ କହିଛି । ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ କେବଳ ତାଲିମ ଦେଇଥାଏ । ଏଭଳି ଢଙ୍ଗରେ ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Show More

Related Articles

Back to top button