Breaking PLUSଦେଶ ବିଦେଶମୁଖ୍ୟ ଖବର

୨୦ ଲକ୍ଷରେ ମେଡିକାଲ ସିଟ୍, ନିଟ୍‌ରେ ଜାଲିଆତି ରାକେଟର ପର୍ଦ୍ଦାଫାସ

ଛାତ୍ର ନୁହେଁ ବିଶେଷଜ୍ଞ ଲେଖୁଥିଲେ ଉତ୍ତର ପୁସ୍ତିକା

୨୦ ଲକ୍ଷ ଟଙ୍କାରେ ମେଡିକାଲ ସିଟ୍ । ନିଟ୍ ପରୀକ୍ଷା ଦେବାକୁ ପଡିବନି, କିନ୍ତୁ ମିଳିବ ମେଡିକାଲ ସିଟ୍ । ନିଟ୍ ପରୀକ୍ଷାରେ ବଡ଼ ଧରଣର ଜାତିଆତିର ପର୍ଦ୍ଦାଫାସ କରିଛି ସିବିଆଇ । ସୋମବାର ଏହି ଜାଲିଆତି କରୁଥିବା ଏକ ରାକେଟର ୮ ଜଣ ସଦସ୍ୟ ଗିରଫ ହେବା ପରେ ସିବିଆଇ ଏହି ଦାବି କରିଛି । ଏନଡିଟିଭିର ରିପୋର୍ଟ ଅନୁସାରେ ଦେଶର ଚାରୋଟି ଜିଲ୍ଲା ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ହରିୟାଣାରେ ଏହି ରାକେଟ ସକ୍ରିୟ ଥିଲା । ହିନ୍ଦୀ ସିନେମା ‘ମୁନ୍ନାଭାଇ ଏମବିବିଏସ’ରେ ମେଡିକାଲ ସିଟ୍ ପାଇବା ପାଇଁ ଯେପରି କରାଯାଇଥିଲା ସେହିପରି ଏମାନେ କାମ କରୁଥିଲେ । ମୋଟା ଅଙ୍କର ରାଶି ବଦଳରେ ପ୍ରକୃତ ଛାତ୍ରଛାତ୍ରୀଙ୍କ ସ୍ଥାନରେ ବିଶେଷଜ୍ଞମାନେ ପରୀକ୍ଷା ଦେଉଥିଲେ। ତେବେ ପ୍ରତି ସିଟ୍ ପାଇଁ ୨୦ ଲକ୍ଷ ଟଙ୍କା ନିଆଯାଉଥିଲା । ଏଥିରୁ ୫ ଲକ୍ଷ ଟଙ୍କା ଛାତ୍ରଙ୍କ ସ୍ଥାନରେ ନିଟ୍ ପରୀକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ଦିଆଯାଉଥିଲା । ବଳକା ଟଙ୍କାକୁ ମଧ୍ୟସ୍ଥି ଏବଂ ଜାଲିଆତି ରାକେଟର ସଦସ୍ୟଙ୍କ ମଧ୍ୟ ଭାଗବଣ୍ଟା ହେଉଥିଲା ।

ସୋମବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଗିରଫଦାରୀ କରିଥିଲା । ଏହି ଜାତିଆତି ରାକେଟର ମାଷ୍ଟର ମାଇଣ୍ଡ ସୁଶିଲ ରଞ୍ଜନ ସିଟ୍ ପାଇଁ ଟଙ୍କା ନେବା ସହ ଉତ୍ତର ପୁସ୍ତିକା ଲେଖିବା ପାଇଁ ବିଶେଷଜ୍ଞଙ୍କୁ ବିଭିନ୍ନ ସେଣ୍ଟରକୁ ପଠାଉଥିଲା । ଏହି ମାମଲାରେ ୧୧ ଜଣ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି, ଅନ୍ୟମାନଙ୍କୁ ଖୋଜା ଚାଲିଥିବା ଜଣାପଡିଛି । ତଦନ୍ତକୁ ଶୀଘ୍ର ସାରିବା ପାଇଁ ଅଧିକାରୀମାନେ ପରୀକ୍ଷାର୍ଥୀଙ୍କୁ ପଚରାଉଚରା କରିବେ ବୋଲି ଜଣାପଡିଛି । ଏହାସହ କିଛି କୋଚିଂ ସେଣ୍ଟରର ଭୂମିକା ମଧ୍ୟରେ ସନ୍ଦେହଘେରରେ ଥିବା ଅଧିକାରୀ କହିଛନ୍ତି। ଗତ ଜୁଲାଇ ୧୭ ତାରିଖରେ ନିଟ୍ ପରୀକ୍ଷା ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମେଡିକାଲ, ଡେଣ୍ଟାଲ ସିଟ୍ ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି । ଏହାସହ ଏହି ପରୀକ୍ଷା ଆୟୁରେବଦ, ସିଦ୍ଧ, ଉନାନି ଏବଂ ହୋମିଓପାଥିକ ମେଡିସନ ସହ ନର୍ସିଂ ପାଇଁ ପ୍ରବେଶ ଦ୍ୱାର ହୋଇଥାଏ ।

Show More

Related Articles

Back to top button