ବାଣିଜ୍ୟ

ଦୁଇ ଚକିଆ ଇଲେକ୍ଟ୍ରିକ୍‌ ବାଇକ୍‌ ବଜାରରେ ପ୍ରବେଶ କରିବ ହୋଣ୍ଡା

୪ଟି ମଡେଲ୍‌ରେ ହେବ ଉପଲବ୍ଧ

ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର କଲେଣି ତ ଆଉ କେହି ଇଲେକ୍ଟ୍ରି ବ୍ୟାଟେରି ଚାଳିତ ଗାଡ଼ି କିଣୁଛନ୍ତି ।

ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ବିକଳ୍ପ ଭାବେ ଆଗାମୀ ଭବିଷ୍ୟତରେ ଇଲେକ୍ଟ୍ରିରେ ଚାର୍ଜ ହେଉଥିବା ବ୍ୟାଟେରୀ ଚାଳିତ ଗାଡ଼ି ହିଁ ବଜାରରେ ଏକ ଭଲ ସ୍ଥାନରେ ପହଞ୍ଚିବ । ଲୋକଙ୍କର ଏହା ଚାହିଦା ମେଣ୍ଟାଇବା ସହ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିବ ।

ତେବେ ଏହି ସ୍ରୋତରେ ବିଭିନ୍ନ କମ୍ପାନୀ ନିଜ ନିଜର ଦୁଇ ଚକିଆ ବ୍ୟାଟେରୀ ଚାଳିତ ଯାନ ପ୍ରସ୍ତୁତ କରି ବଜାରକୁ ଛାଡ଼ିଲେଣି । କିନ୍ତୁ ବାଇକ୍‌ ପ୍ରଡକ୍ସନ କ୍ଷେତ୍ରରେ ହୋଣ୍ଡା ମୋଟର୍ସ ଆଗରେ ରହିଥିବା ବେଳେ ଏହା ଏବେ ବ୍ୟାଟେରୀ ଚାଳିତ ଗାଡ଼ି ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି । ଅଟୋକାର ଇଣ୍ଡିଆର ରିପୋର୍ଟ ଅନୁସାରେ, ହୋଣ୍ଡା ୨୦୨୪ରେ ଏହାର ଇଲେକ୍ଟ୍ରି ଭର୍ସନ ଦୁଇ ଚକିଆ ଯାନ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହା ୪ଟି ମଡେଲ୍‌ରେ ଉପଲବ୍ଧ ହେବା ନେଇ ଜଣାପଡ଼ିଛି ।

Show More

Related Articles

Back to top button