ଓଡ଼ିଶାରାଜନୀତି

ପିପିଲି ଉପ ନିର୍ବାଚନ ସ୍ଥଗିତ, ପରେ ଆସିବ ନୂଆ ତାରିଖ

ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ପିପିଲ ଉପ ନିର୍ବାଚନ ସ୍ଥଗିତ

ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପିପିଲି ସମେତ ପଶ୍ଚିମବଙ୍ଗର ୨ଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ।ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ବିଜ୍ଞପ୍ତିରେ ଓଡ଼ିଶାର ପିପିଲି ଏବଂ ପଶ୍ଚିମବଙ୍ଗର ଦୁଇଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି। ରବିବାର ପଶ୍ଚିମବଙ୍ଗ ନିର୍ବଚନ ଫଳାଫଳ ପ୍ରକାଶ ପାଇଛି। କିନ୍ତୁ ଏହା ପୂର୍ବରୁ ଦୁଇଟି ସିଟ୍‌ ଜାଙ୍ଗିପୁର ଏବଂ ସମସରଗଞ୍ଜର ଦୁଇ ପ୍ରାର୍ଥୀ ମୃତ୍ୟୁବରଣ କରିଛନ୍ତି। ସେଠାରେ ଉପ ନିର୍ବାଚନ ହେବାର ଥିଲା । ଦେଶ ତଥା ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ନିର୍ବାଚନ କମିଶନ ଉପ ନିର୍ବାଚନ ସ୍ଥଗିତ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ କରୋନା ପ୍ରକୋପ କମିବା ପରେ ସାନି ତାରିଖ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଗତ ୨୨ରେ ପିପିଲି ଉପ ନିର୍ବାଚନ ମେ’ ୧୬ ତାରିଖରେ ହେବା ନେଇ ସୂଚନା ମିଳିଥିଲା। ମେ ୧୯ ତାରିଖରେ ଭୋଟ ଗଣତି ହେବା ସହିତ ଫଳ ପ୍ରକାଶ ପାଇବାର ଥିଲା । ମେ ୧୩ରେ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ସୂଚନା ମିଳିଥିଲା ।ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ସଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ମେ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ପୁନଶ୍ଚ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । କିନ୍ତୁ ପୁଣିଥରେ ପିପିଲି ଉପ ନିର୍ବଚନ ସ୍ଥଗିତ ରଖିଚନ୍ତି ନିର୍ବାଚନ କମିଶନ ।

Show More

Related Articles

Back to top button