Breaking PLUSଓଡ଼ିଶାମୁଖ୍ୟ ଖବର

ଅଘଟଣ: ପୋଖରୀରେ ବୁଡି 2ଶିଶୁ ମୃତ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁ ଦୁଇଜଣ ହେଲେ ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ। ଏମାନଙ୍କ ଘର ରାଣୀପଦର ଗାଁର। ମାଆଙ୍କ ସହିତ ଚୁଆକୁ ପାଣିଆଣିବାକୁ ଯିବାବେଳେ ସେଠାରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ହିମାଂଶୁ ଓ ସଲଟିଜନଙ୍କୁ ପୋଖରୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

Show More

Related Articles

Back to top button