ଦେଶମୁଖ୍ୟ ଖବର

୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୮୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଆଜି ବି ଦେଶରେ ୨୦ ହଜାର ତଳକୁ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥବା ବେଳେ ୩୭୮ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨୪ ଘଣ୍ଟାରେ ୨୮ ହଜାର ୧୭୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୧୬ହଜାର ୪୫୧ ରେ ପହଞ୍ଚିଥିବା ବେଳେ ମୋଟ ସୁସ୍ଥ ହୋଇଛନ୍ତି  ୩୨ କୋଟି ୯ ଲକ୍ଷ ୮୬ ହଜାର ୧୮୦ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୭ ହଜାର ୭୫୧ । ସକ୍ରିୟ ସଂକମ୍ରିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୫୨୦ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୫୪,୧୩,୩୩୨ ଡୋଜ୍‌ ଟିକା । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସମୁଦାୟ ୫୬,୭୪,୫୦,୧୮୫ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୫,୦୪,୭୧୩ଟି ନମୁନା ।

Show More

Related Articles

Back to top button