ଓଡ଼ିଶାଦେଶସ୍ୱତନ୍ତ୍ର

୧୮ ଶହ କୋଟି ଟପିଲା ରାମ ମନ୍ଦିର ନିର୍ମାଣ ବଜେଟ୍

୧୮ ଶହ କୋଟି ଟପିଲା ରାମ ମନ୍ଦିର ନିର୍ମାଣ ବଜେଟ୍ । ଗତକାଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୧୫ ଜଣ ଟ୍ରଷ୍ଟିଙ୍କ ମଧ୍ୟରୁ ୧୪ ଜଣ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ୧୦ ଜଣ ଟ୍ରଷ୍ଟି ଏହି ସଭାରେ ଉପସ୍ଥିତ ଥିବାବେଳେ ଚାରିଜଣ ଟ୍ରଷ୍ଟି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଏଥି ସହ କେନ୍ଦ୍ର ସରକାରଙ୍କ ପ୍ରତିନିଧୀ ଜ୍ଞାନେଶ କୁମାର ଏହି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେ ଯୋଗ ଦେଇ ପାରି ନଥିଲେ। ତେବେ ଏହି ବୈଠକରେ ରାମ ମନ୍ଦିର ନିର୍ମାଣରେ ହୋଇଥିବା ଖର୍ଚ୍ଚ ବିଷୟରେ ଆଲେଚନା ହେଇଥିଲା । ଯେଉଁଥିରେ ୧୮ ଶହ କୋଟି ଟପିଛି ରାମ ମନ୍ଦିର ନିର୍ମାଣ ବଜେଟ୍ । ଏନେଇ ସୂଚନା ଦେଇଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ବୈଠକରେ ରାମ ଜନମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିରର ନିର୍ମାଣ କାର୍ଯ୍ୟ ୨ବର୍ଷ ଧରି ଚାଲିଥିବା ସତ୍ତ୍ୱେ ମଧ୍ୟ କାର୍ଯ୍ୟ ଆରମ୍ଭରେ, ମନ୍ଦିର ନିର୍ମାଣର ଖର୍ଚ୍ଚ କେହି ଆକଳନ କରିପାରି ନଥିଲେ। କିନ୍ତୁ ବର୍ତ୍ତମାନ ଆମେ ଏହାର ଆକଳନ କରିଛୁ। ସେହିପରି ମନ୍ଦିରର ନିର୍ମାଣ କାର୍ଯ୍ୟରେ ବୋଧହୁଏ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କିନ୍ତୁ ଆଗାମୀ ଦିନରେ ଏହି ଖର୍ଚ୍ଚ ସଂଶୋଧିତ ମଧ୍ୟ ହୋଇପାରେ ବୋଲି ସେ କହିଥିଲେ।

ସୂଚନା ଅନୁଯାୟୀ, ରାମ ମନ୍ଦିର କମ୍ପ୍ଲେକ୍ସରେ ଅନ୍ୟ ୭ ଟି ମନ୍ଦିର ମଧ୍ୟ ନିର୍ମାଣ କରାଯିବ।ମହର୍ଷି ବାଲ୍ମିକୀ, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ ସହିତ ନିଶାଦରାଜ, ମାତା ଶବରୀ ଏବଂ ଜଟାୟୁଙ୍କ ମନ୍ଦିର ନିର୍ମାଣ ହେବ।

 

Show More

Related Articles

Back to top button