ଓଡ଼ିଶାମନୋରଞ୍ଜନସ୍ୱତନ୍ତ୍ର

ବିଶ୍ବକର୍ମା ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି’

ବିଶ୍ବକର୍ମା ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି’। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିବେ ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ‘ମାନିନୀ’ର ନାୟିକା ଉପାସନା ଏବଂ ବଡି ବିଲ୍ଡର ତଥା ଡ୍ୟାନ୍ସିଂ ଷ୍ଟାର ଶ୍ରେୟାନ୍‌ ।

ସେହିପରି ଚିତ୍ରନାଟ୍ୟ ପ୍ରସ୍ତୁତି ସହ କୋରିଓଗ୍ରାଫି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରୀର ଜଣାଶୁଣା କୋରିଓଗ୍ରାଫର ଗିରିଶ ମହାନ୍ତି। ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତି ଭରଦ୍ବାଜ ପଣ୍ଡା, ସଙ୍ଗୀତ ସଜାଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ, ଚିତ୍ରୋତ୍ତୋଳନ କରିଛନ୍ତି ରବୀନ୍ଦ୍ର ବେହେରା ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ। ଏଥିରେ ମୋଟ ସାତଟି ଗୀତ ରହିଛି। ଓଡ଼ିଶା ବ୍ୟତୀତ ହିମାଳୟ ପାଦଦେଶରେ ଏଇ ଚଳଚ୍ଚିତ୍ରର କିଛି ଦୃଶ୍ୟ ଉତ୍ତୋଳନ ହୋଇଛି।

ବିଶ୍ବକର୍ମା ପୂଜା ଅବସରରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବାବେଳେ ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ଏଇ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି।

Show More

Related Articles

Back to top button