ଦେଶପାଣିପାଗ

ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ବାଂଲାଦେଶରେ ୧୮ଜଣଙ୍କର ମୃତ୍ୟୁ,ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି

ଆଜି ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିଥିଲା । ପ୍ରଭାବରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ତିନିଜଣ ଶିଶୁଙ୍କ ସମେତ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାପରେ ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହୋଇଥିଲା ବୋଲି ଢାକା ଟ୍ରିବ୍ୟୁନ ସମ୍ବାଦପତ୍ର ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, କୋମିଲାରେ ଗୋଟିଏ ଗଛ ଉପୁଡି ପଡ଼ିବା ଫଳରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଭୋଲା ଜିଲ୍ଲାରେ ଗଛ ତଳେ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ନରେଲରେ ଜଣେ ଏବଂ ବରଗୁନା ଉପ-ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଚିତ୍ରକୋଣ୍ଡା ଜିଲ୍ଲାରୁ ଏକ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ସିରାଜଗଞ୍ଜ ଜିଲ୍ଲାର ଜାମୁନା ନଦୀରେ ଘୁର୍ଣ୍ଣିବଳୟ ସମୟରେ ଡଙ୍ଗା ବୁଡ଼ିଯିବା ପରେ ଜଣେ ମା ଏବଂ ତାଙ୍କର ଦୁଇ ବର୍ଷର ପୁଅର ମୃତ୍ୟୁ ଘଟିଛି।

ଢାକାରେ ବହୁ ମହଲା ବିଶିଷ୍ଟ କୋଠାଘରର ରେଲିଂ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋପାଳଗଞ୍ଜ ଜିଲ୍ଲାରେ ଏକ ଗଛ ପଡି ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ପଟୁଆଖଲିରେ ଘୁର୍ଣ୍ଣିବଳୟ ସମୟରେ ନିଖୋଜ ହୋଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁନ୍ସିଗଞ୍ଜ ଜିଲ୍ଲାରେ ଘର ଉପରେ ଗଛ ପଡ଼ିବାରୁ ଜଣେ ମା’ ଏବଂ ତାଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

 

Show More

Related Articles

Back to top button