Breaking PLUSଅପରାଧଦେଶ

16 ବର୍ଷିୟ ନିଟ୍ ଆଶାୟୀ ଛାତ୍ରୀଙ୍କର ଆତ୍ମହତ୍ୟା

ଗତ ମଙ୍ଗଳବାର ଦିନ ରାଜସ୍ଥାନର କୋଟାରେ ‘ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ‌କମ୍‌ ଏଣ୍ଟ୍ରାନ୍‌ସ୍‌ ଟେଷ୍ଟ୍‌’ (ନିଟ୍‌) ପାଇଁ ପ୍ରସ୍ତୁତି କରୁଥିବା ଜଣେ ୧୬ ବର୍ଷୀୟ ଛାତ୍ରୀ ଫାଶୀ ଲଗାଇ ଜୀବନ ହାରିଥିବା କଥା ଏକ ଘରୋଇ ରିପୋର୍ଟରୁ ଜଣାପଡିଛି। ଏହାକୁ ଲଗାଇ ଗତ ୮ ମାସ ମଧ୍ୟରେ ରାଜସ୍ଥାନର ‘କୋଚିଙ୍ଗ୍‌ ହବ୍‌’ କୋଟାରେ ସମୁଦାୟ ୨୫ଜଣ ଛାତ୍ରଛାତ୍ରୀ ଜୀବନ ହରାଇଲେଣି।
ଜୀବନ ହରାଇଥିବା ଛାତ୍ରୀଜଣକ ରାଞ୍ଚିର ବାସିନ୍ଦା ହୋଇଥିବା ବେଳେ ସେ କୋଟାର ‘ବ୍ଲେଜ୍‌ ‌ହଷ୍ଟେଲ୍‌’ରେ ରହୁଥିଲେ। ତେବେ ତାଙ୍କ ଶବକୁ ସମ୍ପ୍ରତି ଶବାଗାରରେ ରଖାଯାଇଛି। ଖବର ଅନୁଯାଇ ‘ଜେଇଇ’ ଓ ‘ନିଟ୍‌’ ଭଳି ‘କମ୍ପିଟିଟିଭ୍‌ ପରୀକ୍ଷା’ରେ ସଫଳ ହେବା ଆଶାରେ ବର୍ଷକୁ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସଥାନ୍ତି। କିନ୍ତୁ ପରୀକ୍ଷା ଚାପରେ ଭାରାକ୍ରାନ୍ତ ହୋଇ କୋଟାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୫ଜଣ ଛାତ୍ରଛାତ୍ରୀ ଜୀବନ ହରାଇଲେଣି। କୌଣସି ବର୍ଷ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଜୀବନ ହରାଇ ନ ଥିଲେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଆଉ ରାଜସ୍ଥାନ ପୁଲିସ ‘ଡାଟା’ ଅନୁସାରେ, ୨୦୨୨ରେ ଆତ୍ମହତ୍ୟା ସଂଖ୍ୟା ଥିଲା ୧୫, ୨୦୧୯ରେ ୧୮, ୨୦୧୮ରେ ୨୦, ୨୦୧୬ରେ ୧୭, ୨୦୧୫ରେ ୧୮। ହେଲେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ବନ୍ଦ ଥିବାରୁ ୨୦୨୦ ଓ ୨୦୨୧ରେ କୋଟାରେ କୌଣସି ଛାତ୍ରଛାତ୍ରୀ ଜୀବନ ହରାଇଥିବାର ରିପୋର୍ଟ ହୋଇ ନାହିଁ। ତେବେ କିଭଳି ଏହି ସମସ୍ୟାର ସମାଧାନ ହୋଇପାରିବ ସେନେଇ କର୍ତ୍ତୁପକ୍ଷ ମାନେ ଚିନ୍ତିତ

Show More

Related Articles

Back to top button