Breaking PLUSଦେଶବଲିଉଡମନୋରଞନମନୋରଞ୍ଜନ

ଅଭିନେତା ସତୀନ୍ଦର୍‌ ଖୋସ୍‌ଲା ଦେହାନ୍ତ

‘ବୀରବଲ’ ନାମରେ ସୁପରିଚିତ ଅଭିନେତା ସତୀନ୍ଦର୍‌ ଖୋସ୍‌ଲାଙ୍କର ହୃଦ୍‌ଘାତ ଯୋଗୁଁ ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଦେହାନ୍ତ ହୋଇଯାଇଥିବା କଥା ଏକ ଘରୋଇ ରିପୋର୍ଟରୁ ଜଣାପଡିଛି। ୮୦ ବର୍ଷିୟ ସତୀନ୍ଦର୍‌ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଥିବା କଥା ତାଙ୍କ ବନ୍ଧୁ ଜୁଗ୍‌ନୁ ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଛନ୍ତି ଯେ, ହୃଦ୍‌ଘାତ ଯୋଗୁଁ କୋକିଲାବେନ୍‌ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
‘ଏକ୍ସ୍‌’ରେ ଶୋକବ୍ୟକ୍ତ କରି ‘ସିନେ ଆଣ୍ଡ୍‌ ଟିଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌’ (ସିନ୍‌ଟା) ଲେଖିଛି: ବୀରବଲ୍‌ଙ୍କ ମୃତ୍ୟୁ ଯୋଗୁଁ ‘ସିନ୍‌ଟା’ ସମବେଦନା ବ୍ୟକ୍ତ କରୁଛି। (ସେ ୧୯୮୧ରୁ ‘ସିନ୍‌ଟା’ର ସଦସ୍ୟ ଥିଲେ।) ହାସ୍ୟ ରସାତ୍ମକ ଚରିତ୍ରରେ ଅଭିନୟ ନିମନ୍ତେ ସତୀନ୍ଦର ଅନେକ ପ୍ରସିଦ୍ଧି ଲାଭ କରିଥିଲେ। ଚନ୍ଦାମୁଣ୍ଡ, ମୋଟାନିଶ ଥାଇ ମଧ୍ୟ ତାଙ୍କର ସେ ବାରି ହୋଇ ପଡ଼ିବା ଭଳି ଚେହେରା ଯୋଗୁଁ ଦର୍ଶକେ ତାଙ୍କୁ ସହଜରେ ଚିହ୍ନି ପକାଉଥିଲେ। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ‘ସୋଲେ’ ସିନେମାରେ ସେ ଅଭିନୟ କରିଥିବା କଏଦୀ ଭୂମିକା ପାଇଁ ସେ ଦର୍ଶକଙ୍କର ବେଶ୍ ଆକର୍ଷଣ ହୋଇ ପାରିଥିଲେ।
ତେବେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ବନ୍ଧନ’। କିନ୍ତୁ, ଭି. ଶାନ୍ତାରାମ୍‌ଙ୍କ ‘ବୁନ୍ଦ ଜୋ ବନ୍‌ଗୟୀ ମୋତି’ ଚଳଚ୍ଚିତ୍ରରେ ବାଞ୍ଛାରାମ ଭୂମିକାରେ ଅଭିନୟ କରିବା ପରେ ସେ ଦର୍ଶକଙ୍କ ନିକଟରେ ପରିଚିତ ହେଲେ। ଅଭିନୟ କ୍ୟାରିୟର୍‌ ରେ ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେ ଅଭିନୟ କରିଥିବା କେତେକ ପ୍ରମୁଖ ଚଳଚ୍ଚିତ୍ର ହେଉଛି, ‘ଫିର୍‌ କଭି’, ‘ମେରା ଗାଓଁ, ମେରା ଦେଶ୍‌’, ‘ସଦ୍‌ମା’, ‘ଚାର୍ଲି ଚାପ୍‌ଲିନ୍‌’, ‘ଅନୁରୋଧ’, ‘ତପସ୍ୟା’, ଅମିର୍‌ ଗରିବ୍’ ‘ହମ୍‌ ହୈଁ ରାହି ପ୍ୟାର୍‌ କେ’, ‘ଦିଲ୍‌’, ‘ଗ୍ୟାମ୍ବ୍‌ଲର୍‌’ ଏବଂ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ଖିଲାଡି’।

Show More

Related Articles

Back to top button