ଦୁର୍ଘଟଣାଦେଶ ବିଦେଶପୂଜା ପାର୍ବଣମୁଖ୍ୟ ଖବରସ୍ୱାସ୍ଥ୍ୟ

ହାଲୋୱିନ୍ ପର୍ବ ପାଳନ ବେଳେ ଅଘଟଣ, ୧୫୧ ମୃତ

ନୂଆଦିଲ୍ଲୀ: ହାଲୋୱିନ୍ ପର୍ବ ପାଳନ ବେଳେ ବଡ ଧରଣର ଅଘଟଣ। ଭିଡ ଭିତରେ ହଠାତ୍ ଦଳାଚକଟା ଘଟି ୧୫୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦୦ ଜଣ ଗୁରୁତର ହୋଇଛନ୍ତି। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଛି ଏଭଳି ଏକ ଅଘଟଣ। ଶନିବାର ଦିନ ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍‌ଧାମରେ ପାଳନ ହେଉଥିଲା। ଏହି ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏକ ଗଳି ରାସ୍ତାରେ ଆଉଟ୍‌ଡୋର୍‌ରେ ଏହି ପର୍ବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଭିଡ ଜମିଥିଲା। ପରେ ଦଳାଚକଟା ଆରମ୍ଭ ହୋଇଥିଲା। ଏତେ ସଂଖ୍ୟାରେ ଲୋକଙ୍କ ଭିଡ ଭିତରେ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧା ହେତୁ ହଠାତ୍ କିଛି ଲୋକ ଚେତାଶୂନ୍ୟ ହୋଇପଡିଥିଲେ। ୫୦ରୁ ଅଧିକ ଲୋକ ହୃଦ୍‌ଘାତର ଶିକାର ହୋଇଥିଲେ। ଏଥିସହ ୧୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ହୃଦ୍‌ଘାତର ଶିକାର ଲୋକଙ୍କୁ ପମ୍ପିଂ କରିଥିଲେ। ସେପଟେ ପୁଲିସ ଓ ଫାୟାର ଟିମ୍ ପହଞ୍ଚି ହୃଦଘାତର ଶିକାର ଲୋକଙ୍କୁ ହସ୍ପିଟାଲ ନେଇଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟ ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ସୂଚନାମିଳିଛି। ରାଷ୍ଟ୍ରପତି ୟୁନ ସୁକ-ୟୁଲ ୟୋଙ୍ଗସାନ-ଗୁ ଜିଲ୍ଲାର ଇଟାବନ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଏଥିରେ ଗହଳି ଭିତରେ ରାସ୍ତା ଉପରେ ଲୋକଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।

Show More

Related Articles

Back to top button