Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ କମୁଛି କରୋନା ବଢୁଛି ମୃତ୍ୟୁ ସଂଖ୍ୟା, ଗତ 24 ଘଣ୍ଟା ମଧ୍ୟରେ ଆଉ 14 ଜଣଙ୍କ ଜୀବନ ନେଲା କରୋନା
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ପୂର୍ବଭଳି ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ 14 ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜିର ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 1718 କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅନୁଗୁଳ ଓ ସୁନ୍ଦରଗଡରୁ 4 ଜଣ ଲେଖାଁଏ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ । ଭୁବନେଶ୍ୱର ଓ ବାଲେଶ୍ୱରରୁ ଦୁଇ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀ ଓ ନୟାଗଡ ଜିଲ୍ଲାରୁ ଆଜି ଜଣେ ଲେଖାଁଏ କରୋନା ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।